ଶିବପ୍ରିୟ ଅରଖ ଫୁଲ
ଶିବପ୍ରିୟ ଅରଖ ଫୁଲ


ଅରଖ ଫୁଲରେ ଅରଖ ଫୁଲ l
ଶିବପ୍ରିୟ ତୋର ମୂଲ ଅମୂଲ ll
ରଙ୍ଗ ତୋ ଧବଳ ବେଗଣି ନାଲି l
ଅରଖ ଅର୍କ ତୋ ନାଆଁ ଶୁଣିଲି ll
ବାସନାହିଁ ବୋଲି ନାହିଁ ଆଦର l
ଔଷଧିରେ ଅଟୁ ତୁ ଗନ୍ତାଘର ll
ଦନ୍ତାଘାତେ ତୋର ବିକଳ୍ପ ନାହିଁ l
ବାସୁକୀନାଥଙ୍କ ପ୍ରିୟ ସେପାଇଁ ll
ସୋମବାର ଆଜି ଖୋଜଇ ତୋତେ l
କେଉଁଠି ଫୁଟିଛୁ ବଣ ପର୍ବତେ ll
ଭସ୍ମ ଭୂଷଣଙ୍କୁ ପୁଜିବି ମୁହିଁ l
ଅରଖ କଢ଼ିରେ ମାଳା ଚଢ଼ାଇ ll
ସଙ୍ଗେ ଥିବ ପଞ୍ଚଶାଖା ଦୁଦୁରା l
କିଆ କେତକୀ ଓ ଗୟସ ପରା ll
କଞ୍ଚାକ୍ଷୀର ଘୃତ କଦଳୀ ନେବି l
ପଞ୍ଚାମୃତେ ଭୋଗ ମୁହିଁ ଅର୍ପିବି ll
ଅରଖରେ ମୋତେ ପରଖନାହିଁ l
କରୁଣା କରିବେ ପାର୍ବତୀ ସାଇଁ ll
ଜୟ ସଦାଶିବ ଭୋଳା ଶଙ୍କର l
ଅରକ୍ଷିତ ଜନେ ସୁଦୟା କର ll
ଅରଖେ ପୂଜିଲି ପଞ୍ଚ ଆନନ l
ଅରକ୍ଷକୁ ରଖ ଉମା ରମଣ ।।