Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ପ୍ରଶାନ୍ତ କୁମାର ବେହେରା

Tragedy

5.0  

ପ୍ରଶାନ୍ତ କୁମାର ବେହେରା

Tragedy

ଶେଷଯାତ୍ରା

ଶେଷଯାତ୍ରା

1 min
6.9K



ଜନ୍ମ ସତ୍ୟ

ମରିବା ବି ସତ୍ୟ ।

ଭାଗବତ ବାଣୀ କହେ

ମର୍ତ୍ତ୍ୟ ମଣ୍ଡଳେ ଦେହ ବହି

ଦେବତା ହେଲେ ହେଁ ମରଇ ।


ଜନ୍ମଠାରୁ

ମୃତ୍ଯୁର ଅବଧି

ଜୀବନ ଚକ୍ରରେ

ଏକ ସୋପାନ

ବ୍ୟତିରେକ

କିବା କୁହତ ?


ଏ ଜନ୍ମରୁ ମରଣ

ଜୀବନ ଯାତ୍ରାରେ

ମଣିଷ ବୁଝେ ଯେତିକି

ଅବୁଝା ହୋଇ ରହିଯାଏ

ତା'ଠାରୁ ଢେର୍ ଅଧିକ ।


କିନ୍ତୁ ଏସବୁ ସତ୍ତ୍ୱେ

ସେଇ ମୃତ୍ଯୁ ଆଡକୁ

ତା' ଅଜାଣତରେ

ଦୃତ ଗତିରେ ଧାଏଁ

ଯେଉଁଠିକି ଯିବାକୁ

ସମସ୍ତଙ୍କ ଭିତରେ

ଆହେତୁକ ଭୟ ଥାଏ ।


ମୃତ୍ଯୁ ଧ୍ରୁବ ସତ୍ୟ ଜାଣିବି

ମୃତ୍ଯୁର ଭୟରେ

ଜର୍ଜରିତ ମଣିଷ ଏଠି

ଦୁଷ୍ପ୍ରବୃତ୍ତି , କୁରୀତି,

କୁସଂସ୍କାର ଓ କୁବିଚାର ସହ

ଚରିତ୍ରର ଭ୍ରଷ୍ଟତାରେ

ବୁଡିରହି ନିଜର

ଲକ୍ଷ୍ୟଭ୍ରଷ୍ଟ ଓ

ବିବେକନଷ୍ଟ କରେ ।

ମନରେ ତା'ର ଆସେ ବିଶାଦ

ଭାବନା ହୁଏ ବିକାର ଗ୍ରସ୍ତ

ଆତ୍ମା ହୁଏ ଦିଗହରା ।


ଲମ୍ବା ଆଳସ୍ୟ ଓ ପ୍ରମାଦରେ

ଭରା ଜୀବନ ଅପେକ୍ଷା

ଠିକ୍ କର୍ମରେ, ଜ୍ଞାନରେ

ତଥା ସଦ୍ ବିଚାରରେ ହିଁ

ମନୁଷ୍ଯ ଜୀବନରେ

ପୂର୍ଣ୍ଣତା ଆସିଥାଏ ।


ଭାଗବତରେ ଅଛି ପରା

ପ୍ରାଣୀର ଭଲମନ୍ଦ ବାଣୀ

ମରଣ କାଳେ ତାହା ଜାଣି ।


ମୃତ୍ଯୁ ଭୟର ଉର୍ଦ୍ଧ୍ବକୁ ଉଠି

ନିଜ ସ୍ୱାର୍ଥକୁ ଭୁଲି

ଯଦି ବଞ୍ଚିବା

ନିଜ ଦେଶ ପାଇଁ

ଜାତି ପାଇଁ

ପର ପାଇଁ ।

ଦେଖିବେ ସେ ଜୀବନ

ହୋଇଯିବ ଖୁବ୍ ସହଜ

ଆନନ୍ଦଦାୟକ ସହ

ଭରପୁର୍ ଆତ୍ମତୃପ୍ତିର ।


ଏପରି ବ୍ୟକ୍ତି ବିଶେଷଙ୍କ

ଜୀବନର ଶେଷ ଅଙ୍କ

କଷା ହେବା ପରେ

ଶେଷ ଯାତ୍ରାରେ

ବିଦାୟ ନେବା ବେଳେ

ସମୟର ବାଲିରେ

ଛାଡି ଯଆନ୍ତି

ମହାନ ପଦଚିହ୍ନ ।


***********************


ପ୍ରଶାନ୍ତ କୁମାର ବେହେରା

ଅଧ୍ଯାପକ , ରାଜନୀତି ବିଜ୍ଞାନ ବିଭାଗ,

ସ୍ୱାମୀ ବିବେକାନନ୍ଦ ସ୍ମାରକ ସ୍ୱୟଂଶାସିତ ମହାବିଦ୍ୟାଳୟ,

ଜଗତସିଂହପୁର l

ଦୂରଭାଷ - ୯୪୩୭୧୩୫୯୧୬


Rate this content
Log in

Similar oriya poem from Tragedy