STORYMIRROR

Rasmita Dixit

Abstract

4  

Rasmita Dixit

Abstract

ଶେଷ ସ୍ପର୍ଶ

ଶେଷ ସ୍ପର୍ଶ

1 min
365


ବିଜନ ବେଳାରେ ସହକାର ତଳେ

କଣ୍ଠଲଗ୍ନା ହୋଇ ମାଗିଥିଲି ଥରେ,

ଦୁଇଟି ଇଛା ମୋ ପୁରଣ କରିବ

କେବେହେଲେ ଜୀବନରେ।।

ହସି କହିଥିଲ,"ଏ ଜୀବନ,ହୃଦୟ

ସବୁତ ତୁମର,ମୁଁ ତୁମକୁ ଭଲପାଏ,

ମୋ ଜୀବନ ଆକାଶ ପ୍ରଭାତୀ ତାରା ଗୋ

ତୁମ କଥା କି ଅନ୍ୟଥା ହୁଏ?

ସମୟର ଚକ ଗଡି ଗଡି ଯାଏ

ସବୁତ ଯାଇଛି ବଦଳି,

ଦୁହିଁଙ୍କ ମଧ୍ୟରେ ବ୍ୟବଧାନ ବିନ୍ଦୁ

ଅଛି ଶୂନ୍ୟତାର କୁହେଳି ।

ପରିସ୍ଥିତି ,ସମାଜିକତା ଦାୟ ରେ

ତୁମେ ଗଲ ବନ୍ଧା ପଡି,

କାହାରିକୁ କେହି ଚିହ୍ନିବାନି ଆଉ

ଆମ ଦୂରତା ଯାଇଛି ବଢି ।

ମୁଁ ନୁହେଁ ତୁମର,ତୁମେ ତ କାହାର

ଯାଇଛ ଆଖିର ସପନ ହୋଇ,

କିଛି ବି ମାଗୁନି ବିଦାୟ ବେଳାରେ

ମାଗୁଛି ମୋ ଶେଷ ଇଛା ଦୁଇ ।

ତୁମେ ଯେବେ ଯିବ ବରବେଶ ସାଜି

ମୁଁ ତୁମକୁ ସଜାଇ ଦେବି,

ଟୋପିଚନ୍ଦନରେ ସଜାଇବା ବେଳେ

ଶେଷଥର ପାଇଁ ତୁମକୁ ମୁଁ ଛୁଇଁନେବି ।

ମୋ ହାତ ତୁମର କପାଳ ଛୁଇଁଲେ

ମୋ ଆଖିରୁ ଝରିବ ଲୁହ,

ସେଇ ଲୁହ ଧାରେ ଝରିଯିବ ଯେତେ

ହୃଦୟରେ ଭରା ସ୍ନେହ ।

ତୁମର ସ୍ପର୍ଶ,ଉଷୁମ ନିଃଶ୍ବାସ

ମୋ ହୃଦୟକୁ ଯିବ ଛୁଇଁ,

ତୁମ ଆଖି ମୋତେ ବିଶ୍ୱାସ ଦେବ

ଏବେ ବି ମୁଁ ଅଛି ପ୍ରିୟତମା ହୋଇ ।

ବିଦାୟ ବେଳାରେ ଖଣ୍ଡିତ ହୃଦୟେ

ମୁଁ ତୁମଠୁ ମେଲାଣି ନେବି,

ତୁମେ ମୋ ପାଇଁ କଳ୍ପନା ହେବ

ତୁମ ସ୍ମୃତିକୁ ନେଇ ବଞ୍ଚିବି।

ଶେଷ ଇଛା ମୋର ପୁରଣ କରିବ

କରିବନି କେବେ ନାହିଁ,

ଜୀବନ ଶେଷରେ ଅନ୍ତିମ ବେଳାରେ

ଥରେ ଆଦରରେ ଦେବ ଛୁଇଁ ।

ଲିଭିବା ଆଗରୁ ଜୀବନ ପ୍ରଦୀପ

ମୋ ମଥାକୁ ସାଉଁଳି ନେବ,

କପାଳରେ ମୋର ସିନ୍ଦୁର ଟୋପାଟେ

ତୁମ ସ୍ବୀକାରୋକ୍ତି, ଶେଷ ଚୁମ୍ବନଟେ ଦେବ ।


Rate this content
Log in

Similar oriya poem from Abstract