ଶେଷ ସନ୍ତକ
ଶେଷ ସନ୍ତକ
ମାଟି ଦେହ
ମାଟିରେ ମିଶିବା ଯାଏଁ
ହେ ପ୍ରେୟସୀ ଶବ୍ଦ
ତୁମେ ହିଁ ତ
ମୋର ଶେଷ ସନ୍ତକ ।
ଅଜାଡି ଦେଇଛ ତମେ
ଅନାବିଳ ସ୍ନେହ, ପ୍ରେମ
ଜାବୁଡି ଧରିଛ
ମୋ ବାରବୁଲା
ଅନବନା ଭାବନା ।
ତୁମକୁ ନେଇ ତ ବଞ୍ଚେ
କଲବଲ କରୁଥିବା ମୁହୂର୍ତ୍ତ ମଧ୍ୟରେ
ଆକାଶେ କ୍ଳେଶକୁ ଆୟତ୍ତ କରି,
କେହି ବୁଝୁ ନବୁଝୁ
ମୋର ଯାଏ ଆସେ ନାହିଁ
ବାସ୍ ତମେ ମୋର ହେଇ ରହିଥାଅ
ଗାଁ ମୁଣ୍ଡ ଶ୍ମଶାନରେ ଜଳିବା ଯାଏଁ ।