STORYMIRROR

Madan Mohan Panda

Inspirational

3  

Madan Mohan Panda

Inspirational

ଶେଷ ସାହାନାଇ

ଶେଷ ସାହାନାଇ

1 min
205


ଶୋଇପଡ଼ିଲାଣି

ସହରଟା

ରାତିର ଛାତି ଚିରି

କ୍ଳାନ୍ତ

ଅବସନ୍ନ

ମନ ନେଇ ....


ଠିଆହୋଇଛି

ଝରକାର 

ଆରପଟେ

ଶୀତଭିଜା

ଭଙ୍ଗା 

ବତିଖୁଣ୍ଟଟା

ଏକାକୀ

କେବେଠୁଁ

କେଜାଣି ?


ସିଏ ଠିକ୍ 

ମୋ ଭଳି

ବୃଦ୍ଧ

ଜରଦ୍ଗବଟିଏ

ସମୟ ସାଥିରେ

ଲଢି ଲଢି

ନୀରବ,ନିଶ୍ଚଳ,ନିର୍ବାକ୍....


ତା ଦେହରେବି

ଦିନେଥିଲା

ସ୍ପର୍ଶ

ଯଉବନର 

ଆଉ ଥିଲା

ଗନ୍ତାଘର 

ଅସୁମାରି ସପନର

ଭାଙ୍ଗୁଥିଲା ଲହଡି

ଉନ୍ମାଦ କାମନାର 

ଠିକ୍ ମୋ ପରି....


ଆଜି କେହି ନାହିଁ

ନା’ଯଉବନ 

ନା’ ବନ୍ଧୁ

ନା’ ସୁଖର ଅଲିଅଳ କ୍ଷଣ....


ଅପେକ୍ଷା

ଅନାଗତ

ମୁହୂର୍ତ୍ତକୁ

ସେଇ

ଲଗ୍ନକୁ 

ଫେରିବାକୁ

ହେବ

ସେ ଦୁନିଆକୁ

ଯେବେ ଆସିବ

ସେଇ ପାଲିଙ୍କି

ଆଉ ବାଜିବ

ଶେଷ

ସାହାନାଇ !



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational