STORYMIRROR

Madan Mohan Panda

Romance

3  

Madan Mohan Panda

Romance

ଆମରି କଥା

ଆମରି କଥା

1 min
212


ସଖିରେ

ଏ ହାଟ

ଦୁନିଆର

ଅମଡ଼ା ଏ ବାଟ

ଚାଲୁଥିବା

ହାତେ ହାତ ଧରି

ବିକୁଥିବା ...କିଣୁଥିବା

ସବୁତ’ ଏଇଠି !

ପୋଛୁଥିବୁ ମୁହଁ ମୋର 

ସୁଖରେ ଦୁଃଖରେ 

ଚାଲିଥିବ ଜୀବନ ନଉକା 

ଛାଡିଯିବା ଯେଉଁ ଦିନ 

କେହି ବା’ କାହାକୁ 

କେମିତି ଚାଲିବା କହ 

ଆଗକୁ ଆଗକୁ ..

ବେଦ ମନ୍ତ୍ରେ 

ପଡିଥିଲା ଗଣ୍ଠି 

ଫିଟିଯିବ 

ଦିନେ ନା’ ଦିନେ ଲୋ 

ଚାଲିଯିବା 

ସେପାରିକୁ 

ଆଗ ପଛ ହୋଇ 

ବିଧି ଲେଖା 

ଟାଳିବା କେମିତି !

ଛାଡି ଯିବା 

ସବୁକିଛି 

ଅର୍ଜିଛେ ଏଇଠି 

ମାଟିର ପିତ୍ତୁଳା ଇଏ

ମିଶିଯିବ

ଏଇ ମାଟିଧାରେ

ମାୟା ଛାଡି 

କାୟା ଆମ 

ଶୂନ୍ୟରେ ହଜିବ 

ଦେଖିବା

ଏ ଦୁନିଆକୁ

ଆକାଶରେ

ତାରା ହୋଇ ରହି

ତୋ କଥା ମୋ କଥା

ଗପ ହୋଇ ରହିଯିବ

ସବୁ ଏଇଠାରେ

ଆଶା ଅଛି 

ସେପାରିରେ 

ପୁଣି ଦେଖାହେବ ..!!!




Rate this content
Log in

Similar oriya poem from Romance