Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Madan Mohan Panda

Romance

3  

Madan Mohan Panda

Romance

ଆଶାର ଆକାଶ

ଆଶାର ଆକାଶ

1 min
282



ଅଟେ ଅଭିଶପ୍ତ 

ଏହି ଜୀବନଟା ମୋର

ଖୁବ୍ ଭାରାକ୍ରାନ୍ତ 

ଆଉ କ୍ଷଣଭଙ୍ଗୁର 

ଇଏ ଏକ

ଆଶାର ଆକାଶ....


ମୈଥୁନରୁ ମରଣ 

ଏ କୂଳରୁ ସେ କୂଳ 

କିଛି ନିଃଶ୍ୱାସ 

କିଛି ସ୍ୱପ୍ନ 

କିଛି ଆଶା

କିଛି ନିରାଶା....


ସରିଯିବ 

ଜୀବନଟା କେବେ 

ଲିଭିଯିବ

ଶେଷ କିରଣ 

ସେଇ ସେପାଖରେ

ସବୁଦିନ ପାଇଁ !


ତୋ ହାତରୁ 

ଛାଡିଯିବ କେବେ 

ମୋର ଏ' ହାତ 

ଆମେ ଦୁହେଁ 

ଅଜଣା ଚଢ଼େଇ

ହଜିଯିବା 

ଅନନ୍ତ ଆକାଶେ

ଶୂନ୍ୟରେ 

ମହାଶୂନ୍ୟରେ !


ସଖୀରେ 

ଇଏ ସତ୍ୟ

ମହାସତ୍ୟ 

ଅକାଟ୍ୟ 

ଅନିର୍ବାଣ 

ପଥରରେ ଗାର !




Rate this content
Log in

Similar oriya poem from Romance