ପ୍ରେମ ଓ ପ୍ରେମିକା
ପ୍ରେମ ଓ ପ୍ରେମିକା
ତୁମେ ଜଦି ଅଟ ନୀଳ ଆକାଶ
ମୁଁ ଅଟେ ତୁମ ଜହ୍ନ
ଶୀତଳ ଜୋଛନା ଯେବେ ବିଞ୍ଚି ଦିଏ
ପ୍ରିୟର ଦିଶଇ ମୁହଁ ।
ତୁମେ ଜଦି ହୁଅ ମେଘର ଗର୍ଜନ
ମୁଁ ତୁମ ବିଜୁଳି ରାଣୀ
ପ୍ରଚଣ୍ଡ ଗର୍ଜନ ଦେହେ ଲୋଟିଯାଏ
ଚମକଇ ମନ ଜାଣି ।
ତୁମେ ଜଦି ଅଟ ସଦ୍ୟ ଗୋଲାପ
ମୁଁ ଅଟେ ତୁମର ଅଳି
ତମକୁ ଚୁମି ରସ ଶୋଷି ନିଏ
ଭରିଦିଏ ମଧୁ ଥଳି ।
ଶାଶ୍ଵତ ପ୍ରେମ ଅଟେ ଚିରସ୍ଥାୟୀ
ବନ୍ଧନ ପ୍ରେମୀ ପ୍ରେମୀକାର
ଦୁହିଁଙ୍କ ମଧ୍ୟେ ପ୍ରେମ ପିରତି ରହିଲେ
ସୃଷ୍ଟି ହୁଏ ନୂଆ ସଂସାର ।

