Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ranjit Sahu

Romance Others

4  

Ranjit Sahu

Romance Others

ପ୍ରେମ ସାଗର

ପ୍ରେମ ସାଗର

1 min
275


କେବେ ଥରେ ଦେଖ ଭିଜାଇ ଦେହକୁ

ପ୍ରେମର ଘନ ନୀଳ ସାଗରରେ

ଜୀବନର ମର୍ମ ବଦଳି ହିଁ ଯିବ

ବାଜିଲେ ଢେଉ ଶୁଷ୍କ ଶରୀରରେ I 

ଯେପରି ସ୍ପନ୍ଦନ ବିହୁନେ ଜୀବନ

ହୁଏନି ସମ୍ଭବ ଏହି ଧରାରେ

ସ୍ପନ୍ଦନର ମାନ ସେମିତି ରହିନି

ନ ଭିଜିଲେ ପ୍ରେମ ଏ ଜୁଆରରେ I 

ଥାଉ କି ନ ଥାଉ ସାଥି କେହି ପାଖେ

ପ୍ରେମର ସାଗର ରହିଛି ସଦା

ଭିଜିବାକୁ ଦିଅ ତୁମ ତନୁ ମନ

ତାହା ସ୍ପର୍ଶରେ ହୋଇଯାଇ ଓଦା I  

ମାପ କାଠି କିଛି ଗଢି ନାହିଁ କେହି,

ମାପିବାକୁ ଗଭୀରତା ପ୍ରେମର, 

କଳ୍ପନା ଉର୍ଦ୍ଧ୍ଵରେ ମନ ଭାବନାରେ, 

ଭରା ଅଟେ ଏହି ମହାସାଗର I।


Rate this content
Log in

Similar oriya poem from Romance