STORYMIRROR

Madan Mohan Panda

Others

3  

Madan Mohan Panda

Others

ବୋଉ

ବୋଉ

1 min
211


ମନେପଡ଼ୁଛି ଲୋ ବୋଉ ତୋ କଥା ସବୁବେଳେ

ବୟସର ଶେଷ ଗଡାଣିରେ....

କେବେଠୁଁ ଗଲୁଣି ଚାଲି ସେ ଦୁନିଆକୁ ଅପହଞ୍ଚ ଇଲାକାକୁ

ଛାଡ଼ିଦେଇ ସବୁକିଛି ଏଇଠି ଏମିତି....

ମୋ କଥା କଣ ଭୁଲିଯାଇଛୁ ତୁ,

ସେପାରିରେ ସେ ଦୁନିଆରେ ଭଲ ଅଛୁ ତବୋଉ ?

ମୁଁ ବି ବାହାରିଲିଣି ସଉଦା ସାରି ଏ ଦୁନିଆ ହାଟରୁ

ସଞ୍ଜ ନଇଁଲାଣି ଆଉ କେତେ ଦିନ ?

ଭାରି ଭୋକ ଲୋ ବୋଉ,

ତୋ ହାତ ରନ୍ଧା କେବେଠୁଁ ଖାଇନି

ତୋ କୋଡରେ କେବେଠୁଁ ଶୋଇନି

ହାତ ସବୁ ଥରିଲାଣି

ତୋ ହାତ ଧରିଚାଲିଥିଲି ବାଟ....

ଏ ଆଖି ସବୁ ଝାପ୍ସା ହେଲାଣି,

ତୁ ଦୁନିଆ ଦେଖେଇଥିଲୁ

ଆଜି ତୁ ନାହୁଁ, ମୁଁ ଅଛି !

ବେଳ ରତ ରତ ହେଲାଣି 

ଆସିବି ବୋଉ ତୋ ପାଖକୁ ଦିନେ ନା ଦିନେ

ଆଉ ଫେରିବିନି ଏ ଦୁନିଆକୁ....

ତୋ ଅମାନିଆ ବାବୁ ଏବେ ବି ଝୁରୁଛି ତତେ

ତୋ ପଣତ କାନିରେ ମୁହଁ ଲୁଚେଇ

ଶୋଇଯିବାକୁ ସବୁଦିନ ପାଇଁ !



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍