STORYMIRROR

Madan Mohan Panda

Romance Inspirational

2  

Madan Mohan Panda

Romance Inspirational

(ଶେଷ ଯାତ୍ରା)

(ଶେଷ ଯାତ୍ରା)

1 min
132


ସଖିରେ,

ତିନି ପାଦର 

ଏ ଜୀବନ

ଜନ୍ମ

ଜୀବନ

ମରଣ

ଅଟେ ଏହି

ମହାସତ୍ୟ...


ବନ୍ଧନ

କେଉଁ ଜନ୍ମର

ସାଥି ମୋର ତୁମେ

ଏହି ଜନମରେ

ଜୀବନଟା

ସରିଯାଉ

ତୁମରି ସାଥିରେ

ଲିଭିଯିବ

ସମୟର ଦୀପ

କେବେ କେଉଁଦିନ…


ବିବାହ ବେଦିରେ

ଚାଲିଥିଲ

ସାତପାଦ 

ଥରେ

କେତେ ପାଦ

ଚାଲିଲଣି

ତୁମେ

ଏବେପୁଣି

ଜୀବନ ପଥରେ

ମୋ' ହାତ ଧରି….


ଆସିଥିଲେ ଏକା

ଯିବା ଏକା ଏକା

ମଝିରେ ଏ

ନିରିମାଖି ଜୀବନଟା

ସାଥି ଆମ

ଏଇ ଯାତ୍ରା ପଥେ….


ଯାହା ଅଛି

ଏଇ ଦୁନିଆରେ

ଛାଡିଯିବା

କେଉଁଦିନ

ଯିବା

ସେପାରିକୁ

ଅଫେରା ରାଇଜେ….


ସେହି ହେବ 

ଶେଷ ଯାତ୍ରା

ଯିବା ଚାଲି

ଯେଝା ଯେଝା

ବାଟେ 

ସବୁଦିନ ପାଇଁ....


ଏଇତ' ଜୀବନ !



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance