STORYMIRROR

Madan Mohan Panda

Romance

3  

Madan Mohan Panda

Romance

ତୁମ ପାଇଁ....

ତୁମ ପାଇଁ....

1 min
230


ଶୁଖିଆସିଲାଣି

ଜୀବନ ନଈର ଧାର

କୂଢ଼ କୂଢ଼ 

ସ୍ମୃତିର ବାଲିବନ୍ଧ

ଆବଛା ଅସ୍ପଷ୍ଟ

ତୁମ ପ୍ରତିଛବି ।


ଲିଭିଆସିଲାଣି 

ଦୀପଶିଖା 

ମସୀହା କାନ୍ଥରେ

ନାଚିଯାଏ 

ତୁମ ସ୍ମୃତିର

ସିଲହଟ୍ 

ମୁହଁ ଦେଖୁଛି

ଭଙ୍ଗା ଆଇନାରେ 

ଖୋଜୁଛି ଅତୀତକୁ

ଅସଜଡା 

ଅବୁଝା 

ଗତ ଜୀବନକୁ

ଉତ୍ତର ଖୋଜୁଛି 

ଖୋଜୁଛି ତୁମକୁ ।


ଚାଲ 

ଫେରିଯିବା

ସମୟ ସୁଅରେ

ପୁଣି ଚୁପି ଚୁପି 

ବୟସକୁ ମାପିବା

ହଜିଯିବା ସପନରେ 

ବସିବା ପାଖାପାଖି

ତାରା ଗଣିବା

ଆକାଶରେ !

ଆଉ କ'ଣ

ଅତୀତ ଫେରିବ 

ନା’

ତୁମେ ଫେରିବ ?


(ମଦନ ମୋହନ ପଣ୍ଡା)


Rate this content
Log in

Similar oriya poem from Romance