STORYMIRROR

Madan Mohan Panda

Tragedy

2  

Madan Mohan Panda

Tragedy

ହଜିଯାଇଥିବା ମଣିଷଟିଏ

ହଜିଯାଇଥିବା ମଣିଷଟିଏ

1 min
101


ଏ ସହରରେ

ହଜିଯାଇଛି

ମୁଁ

କଙ୍କ୍ରିଟର

ଜଙ୍ଗଲ ଭିତରେ

ଧାଉଁଛି

ବାଟ ଖୋଜୁଛି

ଯିବାପାଇଁ

ଖୋଲା ପବନକୁ

ଦେଖିବାକୁ

ଚିହ୍ନା ମୁହଁଟିଏ

ଟିକିଏ

ହସିବାକୁ....


ଆସିଲାଣି ସଞ୍ଜ

ପୁଣି ରାତି ଆସିବ

ନିବୁଜ ଅନ୍ଧାର

ଆଉ

ସ୍ଵପ୍ନ ନେଇ....


ସରି ଆସିଲାଣି

ଜୀବନ

ଫେରିବାକୁ ହେବ

ବସାଘରକୁ

ଟିକିଏ ଶାନ୍ତି ପାଇଁ

ଆଉ

ନିଦଟିକେ ପାଇଁ

ଶୋଇଯିବାକୁ

ସବୁଦିନ ପାଇଁ !




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy