Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Madan Mohan Panda

Inspirational

3  

Madan Mohan Panda

Inspirational

(ନିଷିଦ୍ଧ ଖେଳ)

(ନିଷିଦ୍ଧ ଖେଳ)

1 min
257



ସଖୀରେ ,

ଆ' ଖେଳିବା 

ନିଷିଦ୍ଧ ଖେଳ... 


ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ

କୃଶବିଦ୍ଧ ହେବା 

ଘୂରିବୁଲିବା

କର୍ମକୁ କାନ୍ଧେଇ କାନ୍ଧେଇ... 


ମା'ର ଅନ୍ତଫାଡି

ଜନ୍ମ ନେଇଥିବା 

ଏ ଶରୀର 

ମାଟିରେ ମିଶିବା ଯାଏ 

ପାପ କରିବା...


ଶୈଶବ କୈଶୋର 

ଯୌବନ ଜରା

ବନ୍ଧନରୁ ବିମୁକ୍ତ ହୋଇ 

ଦୋଳି ଖେଳିବା 

ଓଲଟ ବୃକ୍ଷରେ !


ଏ ନାଟକ 

ତୋର ମୋର 

ଏଇଠି 

ଏପାରିରେ...


ସେପାରିକୁ ଯିବା

ଏକା ଏକା 

ଯେଝା ଯେଝା

ପାପକୁ ମୁଣ୍ଡେଇ... 


ଆଦିରୁ ଅନାଦି 

ଅଶାନ୍ତିରୁ ପ୍ରଶାନ୍ତି 

ଶୂନ୍ୟରୁ ମହାଶୂନ୍ୟ

ଆତ୍ମାରୁ ପରମାତ୍ମା 

ମିଶିଯିବା 

ସେଇ ସତ୍ତାରେ !




Rate this content
Log in

Similar oriya poem from Inspirational