STORYMIRROR

Madan Mohan Panda

Inspirational

3  

Madan Mohan Panda

Inspirational

ଆଉ କେତେ ବାଟ ?

ଆଉ କେତେ ବାଟ ?

1 min
185


ବସିଛି ମୁଁ

ଭାଗ୍ୟକୁ ଆଦରି

ଏଇ ଭଙ୍ଗା

ନିରାଶା 

ନାଆରେ

ଭାସୁଛି ମୁଁ

ଆଶା ନଈ

ଗଭୀର ସୁଅରେ

ସାତତାଳ ପଙ୍କ

ଏଠି

କାତ'ତ ପାଏନା

ଏପଟରେ ଦୁଃଖ

ସେପଟରେ ସୁଖ

ହାତଠାରି 

ଡାକେ

ମୋର

ନିରିମାଖି 

ଜୀବନଟା

ଆ' ବାବୁ

ଆ'

ଚାଲିବାକୁ ହେବ

କେତେ ବାଟ

ଆଉ

ଦିଶିଲାଣି

ସେପାରିର ତୁଠ....


ସରିଯିବ 

ହାଟ

ସରିଲାଣି 

ସଉଦା

ବାହୁଡିବି

ସବୁଦିନ ପାଇଁ 

ସେ ଘରକୁ

ଅଫେରା ରାଇଜେ

ଏକା ଏକା

ସବୁ ସ୍ମୃତି

ପଛରେ ପକାଇ !



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational