Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prahallad Sahoo

Romance

4.5  

Prahallad Sahoo

Romance

ପ୍ରେମର ସ୍ଥିତି

ପ୍ରେମର ସ୍ଥିତି

1 min
226



ପ୍ରେମ ପରିବ୍ଯାପ୍ତ 

ଭୂତ, ବର୍ତ୍ତମାନ ଓ ଭବିଷ୍ୟରେ-

ଥିଲା, ଅଛି ଏବଂ ଥିବ;

କ୍ଷତାକ୍ତ ହୁଅନ୍ତି ସେମାନେ-

ଯେଉଁମାନେ 

ପ୍ରେମର ପରିଭାଷା ଚଳଚଞ୍ଚଳ 

ବିଶ୍ୱାମିତ୍ର ଓ ମେନକାଙ୍କ ପରି 

ବିନା ଦ୍ୱିଧା ରେ 

ଉପଭୋଗ କରିବାକୁ ଚାହାନ୍ତି 

ଏବଂ ଧର୍ମ ସଙ୍କଟରେ ଦୋଳାୟିତ

ଶକୁନ୍ତଳାଙ୍କ ପରି ଅନୁଭବି ଥାନ୍ତି।


ପ୍ରେମ ସେହିମାନଙ୍କ ପାଇଁ 

ଆଶ୍ବସ୍ତିର ପ୍ରଶ୍ବାସରେ 

ବାସ୍ନାୟିତ ହେଉଥାଏ,

ଯେଉଁମାନେ 

ଅହଲ୍ୟାଙ୍କ ପରି 

ଶ୍ରୀରାମଙ୍କ ସ୍ପର୍ଶ ରେ 

ଶାପମୁକ୍ତ ହୁଅନ୍ତି 

ଏବଂ 

ପ୍ରେମରେ ନୈସର୍ଗିକତା 

ପ୍ରାପ୍ତ କରିଥାନ୍ତି।



Rate this content
Log in

Similar oriya poem from Romance