STORYMIRROR

Kshitish Jena

Romance

4  

Kshitish Jena

Romance

ହାପି ଭାଲେଣ୍ଟାଇନ୍ ଡେ

ହାପି ଭାଲେଣ୍ଟାଇନ୍ ଡେ

1 min
343

ମୁଁ ତୁମକୁ ଭଲପାଏ

ଗଭୀର ଭାବରେ

ଅଛ ହୃଦୟରେ

ଅଛ ବି ମନରେ

ଥିବ ମୋର ପାଖେ ପାଖେ 

ଜୀବନର ଶେଷ ଯାଏ ।

ତୁମ ଦୂରତାରେ ଥିଲେ

ଲାଗେ ସତେ ଫାଙ୍କା ଫାଙ୍କା

ଆଖିରେ ନାଚି ଉଠେ ତୁମ ଛବି

ଶୁଭେ ସତେ ମୋ ପ୍ରତି ତୁମର ସେ

ପ୍ରେମ ଭରା ତୁମ ଡାକ

ଆଜି ଭାଲେଣ୍ଟାଇନ୍ ଡ଼େ ରେ ତୁମେ ଅଛ

ମୁଁ ଅଛି ଆଉ ଆମ ପ୍ରେମର ପ୍ରତୀକ

କୁନି ଝିଅ ଭବ୍ୟା ଅଛି

ସବୁ ଥାଇ କିନ୍ତୁ ଲାଗେ ଏକା ଏକା

କାରଣ କେହି ପାଖେ ନାହଁ

ଏହି ମନ ଦୁହିଁଙ୍କୁ ଖୋଜୁଛି ।

ଖବରକାଗଜର ପ୍ରଥମ ପୁଷ୍ଠା ଅବା

ମୋବାଇଲକୁ ଖୋଲିଦେଲେ

ସବୁଠି ଉଙ୍କିମାରେ ପ୍ରେମ ଦିବସର

ଛବି ସଙ୍କେତ 

ଦେଖାଯାଏ ପାର୍କରେ ବୁଲୁଥିବା

ପ୍ରେମୀଯୁଗଳ ମାନେ

ଧରିଥା'ନ୍ତି ପରସ୍ପର ହାତ

ସତେ ଅବା ସୁଚାଏ ପରସ୍ପର

ଜନ୍ମ ଜନ୍ମାନ୍ତର ସାଥୀ

ଉଭୟଙ୍କ ମନେଥାଏ ପ୍ରେମ

ପରସ୍ପର ପ୍ରତି

ଆଜି ମୁଁ ପ୍ରେମ ଦିବସରେ

ଥିଲେ ବି ଦୂରତାରେ

ଜଣାଏ ପ୍ରେମର ବାରତା

ଭଲ ପାଏ ଦୁହିଁଙ୍କୁ ମୁଁ

ମୋ ଅନ୍ତରରେ

ଫୁଲ ସିନା ମୁହିଁ ଦେଇ ପାରୁ ନାହିଁ 

କହୁଛି ଦୁହିଁଙ୍କୁ ସତେ

Happy valentine's day

ମୁଁ ହୃଦୟ ତୁମେ ସ୍ପନ୍ଦନ

କେମିତି ଭୁଲିବି ତତେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance