STORYMIRROR

jyotsna mayee panda

Tragedy

3  

jyotsna mayee panda

Tragedy

ଶେଷ ପୃଷ୍ଠା

ଶେଷ ପୃଷ୍ଠା

1 min
136

ମୋ ହୃଦୟର ସେଇ ସ୍ପନ୍ଦନ ଭିତରେ

କେତେଥର ଅନୁଭବ କରିଛି  

ତୁମର ସେ ଦୃଢ ଆଳିଙ୍ଗନର

କେତେ ଥର ସାଉଁଟି ରଖିଛି

ସ୍ମୃତି ସେଇ ନିରୁତା ସଞ୍ଜର

ମୋ ହୃଦୟ ର କେଉଁ ନିବୃତ୍ତ କୋଣରେ

ଆଜି ବି ସାଇତି ରଖିଛି ସେ ଅଭୁଲା ଛବି

କେତେ ପ୍ରଶ୍ନର ସମ୍ଭାର ତୋଳିଥିଲି

ଜୀବନର ସେଇ ଅଡୁଆ ସୂତା ଖିଅରେ

କେତେ ଉତ୍ତର ପୁଣି ରହିଗଲା

ଜୀବନରେ ସ୍ମୃତି ଟିଏ ହୋଇ

କେତେ ପ୍ରଶ୍ନ ପୁଣି ରହିଗଲା ଜୀବନରେ

ଚିର ଦିନ ପାଇଁ ଅକୁହା ହୋଇ

କଥା ଦେଇଥିଲ ସବୁ ଜନ୍ମ ରେ ସାଥି ହୋଇ

ସାଥିରେ ଜିଇଁବା ପାଇଁ

ହେଲେ ସବୁ ସ୍ୱପ୍ନ ଭାଙ୍ଗିଗଲା

ସବୁ ଆଶା ମରିଗଲା

ସବୁ ଆକାଂକ୍ଷା ତୁଟିଗଲା

କେଉଁ ଅଜଣା ଝଡ଼ରେ

ଜୀବନ ଦୋହଲି ଗଲା

ସେଇ ଝଡ଼ ର ସ୍ବର୍ଶରେ

ଶେଷ ପ୍ରଶ୍ନ ମୋର ପ୍ରଶ୍ନ ହୋଇ ରହିଗଲା

ମୋର ସନ୍ତାପିତ ମନ ମଧ୍ୟରେ

କଥା ଦେଇ ତୁମେ ଆଉ ଫେରିଲନି

ରହିଗଲ କେଉଁ ଅଜଣା ରାଇଜରେ

ସବୁଦିନ ପାଇଁ ପ୍ରଶ୍ନ ହୋଇ ରହିଗଲ

ମୋ ଜୀବନ ଅଭିଧାନର ଶେଷ ପୃଷ୍ଠାରେ l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy