Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sarojini Mishra

Inspirational

4  

Sarojini Mishra

Inspirational

ଶେଷ ପ୍ରଶ୍ନ ?

ଶେଷ ପ୍ରଶ୍ନ ?

1 min
329


ଜୀବନର ଚପଳ ଛନ୍ଦର ମୃଦୁ ମହକରୁ ଉତୁରି

ସବୁଜ ଦିଗନ୍ତ ପାର ହୋଇ ଆସିବାପରେ

ଅପରାହ୍ନ ଦେହ ଓ ମନ କୁ

ଛାଉଣୀ କରି ଦେଲାଣି

ରାତ୍ରୀ କେତେ ବେଳେ 

କେଉଁଠି ଆସିଯିବ

ଜଣାନାହିଁ ।


ପ୍ରତି ପାହାଚରେ ଅସରନ୍ତି ପ୍ରଶ୍ନମାନଙ୍କୁ

ଦରାଣ୍ଡି ଦରାଣ୍ଡି

ଉତ୍ତର ପାଇଛି ତ ଅନ୍ୟ ପ୍ରଶ୍ନ ମାନଙ୍କ

ଜାଲରେ ଛନ୍ଦି ହୋଇ ଯାଇଛି ।

ଅବା,

ଉତ୍ତର ଖୋଜି ଖୋଜି ହତାଶ ହୋଇଛି

ହେଲେ, ପ୍ରଶ୍ନମାନେ

କେବେ ପିଛା ଛାଡି ନାହାନ୍ତି ।


ଏ ନଶ୍ଵର ଶରୀର ଏ ସଂସାର 

ଛାଡ଼ିବା ପୂର୍ବରୁ

ପ୍ରଶ୍ନ ମୋର ଦୁନିଆକୁ 

କହିଦେବ କି ମୋତେ 

ଯୁଗ ବଦଳେ ନା ମଣିଷ ବଦଳେ ?


ଏ ନଶ୍ଵର ଶରୀର ଛାଡିବା ପୂର୍ବରୁ

ପ୍ରଶ୍ନ ମୋର ପ୍ରତ୍ୟେକଟି ପିତାମାତାଙ୍କୁ

ସନ୍ତାନ କୁ ସାର୍ଟିଫିକେଟ୍ ଶିକ୍ଷା ଛଡା

ଆମେ ତାଙ୍କୁ ସଂସ୍କାର ଦେଇଛେ କି

ଯାହା ଆମ ଜୀବନର ପୁଣ୍ୟ ପୁଞ୍ଜି ହେବ ?


ଏ ନଶ୍ଵର ଶରୀର ଛାଡିବା ପୂର୍ବରୁ

ଶେଷ ପ୍ରଶ୍ନ ପ୍ରତ୍ୟେକଟି

ସନ୍ତାନ ମାନଙ୍କୁ

ଆମେ ସତରେ କଣ ଆମ ପିତା ମାତାଙ୍କ ପାଇଁ 

କର୍ତ୍ତବ୍ୟ କରି ପାରିଛନ୍ତି କି ? 


 ନଶ୍ଵର ଶରୀର ଛାଡିବା ପୂର୍ବରୁ

ଶେଷ ପ୍ରଶ୍ନ ମଣିଷ ଜାତିକୁ

ଆମେ କଣ ଶ୍ରେଷ୍ଠ ସୃଷ୍ଟି ହିସାବରେ

ଆମ ଶ୍ରେଷ୍ଠତ୍ଵ ପ୍ରତିପାଦନ

କରି ପାରିଛନ୍ତି କି ?


ଶେଷ ପ୍ରଶ୍ନ ସମସ୍ତ ମଣିଷ ଜାତିକୁ ସମ୍ପର୍କର ଚୌହଦୀରୁ-

କେମିତି ଭାଙ୍ଗିଗଲା ସେ

ବୁଝାମଣା ର ସେତୁ ?

ସହଯୋଗର ବାସ୍ନା ମାନେ

କୁଆଡେ ବା ହଜିଗଲେ ?

ସ୍ନେହ ଶ୍ରଦ୍ଧା, ପ୍ରେମର ଅନନ୍ୟ ସଂଜ୍ଞା

ବଦଳିଗଲା କେମିତି ?

ସଂପର୍କର ସୁନ୍ଦର ଅନୁଭବ ଟିକୁ

କିଏ ଠିଆ କରାଇଲା

ସ୍ଵାର୍ଥ ବାରଣ୍ଡାରେ ?



Rate this content
Log in