ଶେଷ ନିଷ୍ପତ୍ତି
ଶେଷ ନିଷ୍ପତ୍ତି
ଶେଷ ନିଷ୍ପତ୍ତି ନେଲି ଆଜି
ଜୀବନକୁ ଲଗାଇବି ନାହିଁ ବାଜି
ପ୍ରାଣ ଅଟେ ପ୍ରଭୁଙ୍କର ଦାନ
ଏହାକୁ ହରାଇ ହେବି ନାହିଁ ହୀନ
ଯେତେ ଦିନ ଚାଲିଛି ନିଃଶ୍ୱାସ
ବଞ୍ଚିବି ହୋଇ ଏକ ଭଲ ମଣିଷ
ଭାଗ୍ୟକୁ କେବେ ନିନ୍ଦିବି ନାହିଁ
ସମୟ ନଷ୍ଟ ଜମା କରିବି ନାହିଁ
ସଭିଙ୍କର କରି ସେବା ଉପକାର
ପ୍ରାୟଶ୍ଚିତ୍ତ କରିବି ସବୁ ପାପ ର
କର୍ତ୍ତବ୍ୟନିଷ୍ଠ ହେବି ଜୀବନରେ
ଦୁଃଖ ଦେବି ନାହିଁ କାହା ମନରେ
ଫୁଲଟିଏ ହୋଇ ଫୁଟିବି
ସାରା ଦୁନିଆ କୁ ମହକାଇବି
ବାଣ୍ଟି ଚାଲିବି ହସ ଖୁସି
ହୋଇ ଏକ ଶୀତଳ ଶଶୀ...
