STORYMIRROR

Chinmaya Kumar Nayak

Abstract Inspirational

3  

Chinmaya Kumar Nayak

Abstract Inspirational

ଶେଷ ନିଷ୍ପତି

ଶେଷ ନିଷ୍ପତି

1 min
165



ସ୍ୱପ୍ନ ସବୁ ଭାଙ୍ଗିଯାଇ ଚୁରମାର ହୋଇଗଲା ପରେ

ନିରାଶାର କଳା ମେଘ ଢାଙ୍କି ଦେଲା ପରେ

ସଂପର୍କ ଡୋରିରେ ନିଆଁ ଲାଗିଗଲା ପରେ

ମୁଁ ଆଜି ନିସଙ୍ଗ ଏଇ ଅଚିହ୍ନା ହାଟରେ। 


ବିଶ୍ବାସଘାତର ଦଂଶନରେ ପକ୍ଷାଘାତ ପରେ

ପଶ୍ଚାତ ଭାଗରୁ ଛୁରୀକାର ଆଘାତ ଶେଷରେ

ମୋ ଅଶ୍ରୁ ଦେଖି ସେମାନେ ମୁହଁ ମୋଡ଼ିଦେଲା ପରେ

ମୁଁ ଛାଡ଼ି ଦେଇଛି ମୋ ହାତ ଦେବା ଆଉ କା ହାତରେ। 


ଆଶା ପ୍ରତ୍ୟାଶା ଖେଳରେ ହାରିଗଲା ପରେ

ମୋ ପ୍ରତିବିମ୍ବ ମୋତେ ଦେଖି ହସିଦେଲା ପରେ

ଚିହ୍ନା ମୁହଁ ବାଟ ଭାଙ୍ଗି ଚାଲିଗଲା ପରେ

ଏଠି କେ ନୁହେଁ କାହାର ବୋଲି ବୁଝିଲି ଡେରିରେ।


ପଡ଼ିଯାଏ ପୂର୍ଣ୍ଣଛେଦ ଅନେକ ରେଖାରେ ଆଖି ସମ୍ମୁଖରେ

ତଥାପି ପଡ଼ନ୍ତି ସର୍ବେ କାହିଁକି ଏ ମାରଥନର ମୋହରେ

ପ୍ରତିଯୋଗିତା ନିଶାରେ ସମ୍ପର୍କର ହସ୍ତରେଖା ଲିଭିଗଲା ପରେ

ମୁଁ ଖୋଜେ ଜୀବନକୁ ଏଇ ମୁହୂର୍ତ୍ତର ନିରୋଳା ଶଯ୍ୟାରେ।


ଶେଷେ ମୁଁ ପହଞ୍ଚି ଯାଇଛି ଏକ ଶେଷ ନିଷ୍ପତିରେ।

ପଡ଼ିବିନି କେବେ ଅବିଶ୍ବାସୀ ନିଶ୍ୱାସର ମିଛ ଆସକ୍ତିରେ

ବିତରି ଦେବି ନିଜକୁ ପଥ ଧାର ପଥିକ ପାଖରେ

ଉଡୁଥିବି ସ୍ବାଧୀନରେ ଆଶାହୀନ ନୀଳ ଆକାଶରେ।



Rate this content
Log in

Similar oriya poem from Abstract