Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sanjya Tripathy

Classics

3  

Sanjya Tripathy

Classics

ଶେଷ ଇଚ୍ଛା

ଶେଷ ଇଚ୍ଛା

1 min
161



ମୋତେ ଏବେ ବଂଚିବାକୁ ଦିଅ

ଜୀବରେ ବାକି ଥିବା ମୁହୁର୍ତ୍ତମାନଙ୍କୁ

ପ୍ରାଣଭରି ଉପଯୋଗ କରିବାକୁ ଦିଅ ।

ଏବେ ଦେବା ସୁନ୍ଦର ଦୃଶ୍ୟାବଳୀ ଓ ନିଖୁଣ ଗରୁକଳାର

ମାଦକତାରେ ଆତ୍ମବିସ୍ମୃତ ହେବାକୁ ଦିଅ ।

ଏବେ ଫୁଟିଥୁବା ଝରାଶେଫାଳୀର କୌମୁଦୀ ମହକରେ

ଆମୋଦିତ ହେବାକୁ ଦିଅ ।

ଚିରଂତନୀ ପ୍ରକୃତି ଓ ସମ୍ବେଷୀ ବିଜ୍ଞାନର ମହାମିଳନର

ମତୁଆଲ ହେବାର ଶେଷ ସୁଯୋଗଟିଏ ଦିଅ ।

ଏବେ ଉପଲ କରିଥିବା ଅଂତଃ ସୌନ୍ଦର୍ଯ୍ୟର

ପ୍ରଚ୍ଛଦପଟରେ

ଆମ୍ବସମୀକ୍ଷା ଓ ହୃଦ୍‌ବୋଧତାର ଜାଗରଣ ବେଳାରେ

ମୋ ହୃଦୟର ଅଂତରତମ ପ୍ରଦେଶରୁ ପ୍ରତିଭାତ

ନିଛକ ସତ୍ୟଟିକୁ

ଛଳନା ଓ ପ୍ରବଂଚନାର ମୁଖା ଖୋଲି

ନିୟ ପରିପ୍ରକାଶର ଦୀଭିକତାରେ

ସମଗ୍ର ବିଶ୍ଵବାସୀଙ୍କ ସମକ୍ଷରେ ପ୍ରତିପାଦନ କରିବାର

ସସାହାସଟିକେ ଦିଅ ।

ଏତିକି ମାଗୁଣି- ହେ ବିଶ୍ୱ ନିୟନ୍ତା

ଜଗତବାସୀ ପ୍ରତିଟି ଜୀବଙ୍କ ଜୀବକୋଷର ରନ୍ଧ୍ର ରନ୍ଧୁ

ଆତ୍ମିକ ଆଲୋଡ଼ନର ଏ ମାହେନ୍ଦ୍ର ବେଳାରେ

ଏଯାବତ୍ କରିଥିବା ସମସ୍ତ ଇଚ୍ଛା/ ଅନିଚ୍ଛାକୃତ ତୁଟି

ସଂଶୋଧନ କରିବାର ସମୟ ଦଂଡ଼େ ଦିଅ ।



Rate this content
Log in

Similar oriya poem from Classics