ଶେଷ ଡାକରା (ସନେଟ୍)
ଶେଷ ଡାକରା (ସନେଟ୍)
ଅସଂଖ୍ୟ ସପନ,ସପନରେ ସୁଖ, ସୁଖ ପଛେ ଥିଲି ଧାଇଁ
ଅଚାନକ ଶେଷ ଡାକରାକୁ ପାଇ ଭୟଭୀତ ଗଲି ହୋଇ।
ଆୟମାରମ୍ଭର ଅନ୍ତ ରହିଅଛି ଧ୍ରୁବ-ସତ୍ୟ ପରା ଏହି ,
ଅନ୍ତ-ଆଦ୍ୟ ସଦା ସମୟ ରେଖାରେ ସ୍ଥିତ ଦୁଇ ବିନ୍ଦୁ ହୋଇ।
ଅଶେଷ ସମ୍ଭାର, କୀଟ,ତରୁ, ପ୍ରାଣୀ, ସବୁଜ ଏ ବନଭୂଇଁ ,
ଅସୁମାରୀ ନଭେ ଯେତେ ଗ୍ରହ-ତାରା, କେହି ନୁହେଁ ଚିର ସ୍ଥାୟୀ ।
ଅସାର ସଂସାରେ ବସା ବାନ୍ଧି ସବୁ ମୋର ମୋର କହୁଥାଇ,
ଅନିତ୍ୟ ଜୀବନ-ଯୌବନ, ସବୁତ ଦୁଇଦିନ ଖେଳ ଭାଇ।
ଅନଳ-ଅନୀଳ-ମୁରୁତ-ଆକାଶ-ମାଟି, ପଞ୍ଚଭୂତ କହି,
ଅଶରୀରି ଆତ୍ମା ବୋଲ ମାନି ସିନା ଜରା ମଧ୍ୟେ ଛନ୍ତି ରହି।
ଅହର୍ନିଶ ପରା ଜୀବନର-ନଇ ଧାଏଁ ତରତର ହୋଇ,
ଅଭିନବ ସେହି ପରମ-ସାଗରେ ଲୀନ ହୋଇଯିବା ପାଇଁ।
ଅସମୟେ ମୃତ୍ୟୁ-ମୁହାଣର ପାଶେ ନଯାଉ ଜୀବନ ନଇ,
ଅପ୍ରତ୍ୟାଶିତ ଏ ଦାରୁଣ ଦୁଃଖରୁ ପାରିକର ଭାବଗ୍ରାହୀ।
************************************