STORYMIRROR

Debadatta Pradhan

Tragedy

4  

Debadatta Pradhan

Tragedy

ଶେଷ ଅଭିନୟ

ଶେଷ ଅଭିନୟ

1 min
344

ଏ ମର୍ତ୍ତ୍ୟ ମଣ୍ଡଳେ ଜନମ ହୋଇଲେ

କରୁଥିବା ଅଭିନୟ

ଅଭିନୟ ଶେଷେ ବାହୁଡିବା ନିଶ୍ଚେ

ଦେଇ କର୍ମ ପରିଚୟ।।


ଅନିତ୍ୟ ସଂସାର ନିତ୍ୟ କାରବାର

କର୍ମ ତୋର ଆଗୁସାର

କର୍ମଗୁଣେ ବାଛି ଧର୍ମ ପଡେ ବିଛି

ପ୍ରାରବ୍ଧ ମୂଳ ସ୍ୱାକ୍ଷର।।


ସତ ଗୁଣେ ରତ ରତି ଯତି ବ୍ରତ

ସତୀ ହ୍ୱନ୍ତି ଥରହର

କର୍ମଫଳ ଗୋଟି ମୂଳ ସମ୍ପତ୍ତିଟି

ଏଥୁ ନୁହଁନ୍ତି ବାହାର।।


ଲାଗିଛି ଜଞ୍ଜାଳ ଭୋଗୁଛି କେବଳ

ଭାଗ୍ୟବାଦୀ ଭାଗ୍ୟ ନିନ୍ଦେ

କର୍ମବୀର ନର କର୍ମେ ଏକାସାର

ଧର୍ମପଦ ପ୍ରତି ପଦେ।।


ବୃକ୍ଷକୁ ଫଳଟି ସୁନ୍ଦର ଦିଶେଟି

ଫଳବିନା ବୃକ୍ଷହୀନ

ଜୀବନ ଦୁର୍ଲ୍ଲଭ ଅଟଇ ସୁଲଭ

ଉପଚାର ହୀନକର୍ମ।।


ଭଲମନ୍ଦ କଥା ଜଣାପଡେ ଯଥା

ମରଣ ହେଲେ ନିକଟ

ପ୍ରାଣୀଙ୍କ ଆରତ ଜଣାଏ ତୁରିତ

କର୍ମରେ ଥିଲେ ସଂକଟ।।


ଶେଷ ଅଭିଳାଷ ମିଶିବ ଅଶେଷ

ବିଶେଷ କର୍ମକୁ ଧରି

ମଣିଷ ମଣିମା ଅବଶ୍ୟ ଜାଣିମା

ଅଭିନୟ ମାତ୍ରା ଧରି।।



Rate this content
Log in

Similar oriya poem from Tragedy