ସହଧର୍ମିଣୀ
ସହଧର୍ମିଣୀ
ସାଂସାରିକ ଜୀବନେ ଉଭୟ ପତିପତ୍ନୀ
ଗୋଟିଏ ଜଳନ୍ତା ଗାଡି଼ର ଦୁଇଟି ଚ଼କ
ଏକ ବିନା ଆଉ ଏକ ହୋଇଯାଏ ଅଚ଼ଳ
ପରସ୍ପର ମଧ୍ୟେ ଥିଲେ ଆନ୍ତିରିକାର ବୁଝାମଣା ।
ସମାଜର ପଥେ ଚାଲିଥାଏ ହୋଇ ସଚ଼ଳ
ଦୁଇଟି ଶରୀର ସିନା ଅଲଗା ଅଲଗା ।
ଥାଏ କିନ୍ତୁ ଦୁହିଁଙ୍କର ମନ ପ୍ରାଣ ଆତ୍ମା ଏକ
ସୁଖରେ ଦୁଃଖରେ ସାଥୀରେ ରହି ଜୀବନ ଯାକ
ହୃଦୟ ଦେଇ ଉଭୟେ ଉଭୟଙ୍କୁ ପାନ୍ତି ଭଲ
ଓଠେ ଭରି ରହିଥାଏ ହସ ଯେମିତି ଫୁଟା ଫୁଲ
ଜୀବନେ ଆସୁ ଯେତେ ବାଧା ବିଘ୍ନ
କେହି ଯାଏ ନାହିଁ କାହାରି ଛାଡି଼ ଦେଇ ହାତ
ମଧୁର ସଂପର୍କର ଅତୁଟ ଏ ପବିତ୍ର ବନ୍ଧନ
ପତ୍ନୀଟିଏ ପତିର ହୋଇଥାଏ ସହଧର୍ମିଣୀ
ସ୍ବାମୀର ଇଚ୍ଛା ପୂରଣ କରେ ହୋଇ ଅନୁଗାମିନୀ
ହୃଦୟର ସାଥେ ମାନେ ପତିଙ୍କୁ ପରମେଶ୍ବର
ଜନ୍ମ ଜନ୍ମାନ୍ତର ସାଥୀ ତାର ପ୍ରାଣେଶ୍ବର
ଭାବେ ପୁଣି ଇୟକାଳ ପରକାଳର ଦେବତା
ମନେ ନ ରଖି କିଛି କିନ୍ତୁର ତିକ୍ତତା
ସଂକଳ୍ପ କରି ଭରସା ବିଶ୍ଵାସ ରଖିଥାଏ ଦୃଢ଼
ଜୀବନ ବିନିମୟେ ଗଢେ ଜୀବନ ରଚି ନୀଡ଼
ସେ ସେବା ପରାୟଣା ଯତ୍ନରେ କଲ୍ୟାଣକାରିଣୀ
ତ୍ୟାଗ ସହନଶୀଳତାରେ ସର୍ବଂସହା ଧରଣୀ
ସ୍ତ୍ରୀଟିଏ ସ୍ବାମୀର ହୋଇ ଜୀବନ ସାଥୀ
ସରସ ସୁନ୍ଦର କରି ଚଳାଏ ଘର ସଂସାର
ମନକୁ ନ କରି ଊଣା ଥାଏ ନିର୍ବିକାର
ହୋଇ ସେ ସନ୍ତାନ ସନ୍ତତିର ଜନନୀ
ଲାଳନ ପାଳନେ ଶ୍ରମ କରୁଥାଏ ଦିବାନିଶି
ପତିର ଆଦର୍ଶ ଅନୁସରି ସାରା ଜୀବନ
ଧ୍ୟାନ ଧାରଣା ରଖୁଥିବାରୁ ପତ୍ନୀ ହୁଏ ସହଧର୍ମିଣୀ
ତା' ଉତ୍ସର୍ଗୀକୃତ ବଳିଦାନେ ପରିବାର ଉଠେ ହସି
ନିଜକୁ ସମର୍ପି ଦେଇ ସଂପୂର୍ଣ୍ଣ ମଣେ ସେ ଧନ୍ଯ
ତାର ମହନୀୟତା ହୋଇଥାଏ ଅନନ୍ୟ
ସ୍ଵାମୀ ପୁତ୍ର କନ୍ୟାକୁ ନେଇ ଥାଏ ଆନନ୍ଦରେ
ସଦା କୁଶଳ ମନାସି ନିଏ ତାଙ୍କୁ ଭଲ ବାଟରେ
ଶ୍ରମ ସାଧନାରେ ଘରକୁ କରେ ମନ୍ଦିର ସମ
ସପରିବାରରେ ରହି ମଧୁମୟ କରେ ଧରାଧାମ
ସହଧର୍ମିଣୀ ସେ ସର୍ବଦା ରହେ ସହଯୋଗୀ
ସ୍ଵାମୀ ସାଥୀରେ ହୋଇଥାଏ ସମଭାଗୀ
ନ ବୁଝି ଉଗ୍ର ଆଧୁନିକା ହୋଇ ଯିଏ ହୁଏ ଉଦଣ୍ଡୀ
ନିଜ ସ୍ବାର୍ଥ ପୂରଣେ ରହି ନିଜକୁ ଦିଏ ଭଣ୍ଡି
ସେବା ତ୍ୟାଗର ଫଳ କେବେ ହୁଏ ନାହିଁ ବୃଥା
ଯୁଗେ ଯୁଗେ ମିଳୁଥାଏ ଦୂର କରେ ବ୍ୟଥା।
