Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Binay Mohapatra

Romance

3  

Binay Mohapatra

Romance

ଶବ୍ଦ

ଶବ୍ଦ

1 min
209


ଶବ୍ଦ ତ ନିଃଶବ୍ଦ ଥିଲା

କିନ୍ତୁ ତୁମ ମଧୁର କଣ୍ଠରେ

ଶବ୍ଦ ସତେ ଜୀବନ ପାଇଗଲା ।

ତୁମର ପଦିଏ କଥାରେ ସତେ

ଶିମିଳିପାଳ ଜ୍ୱଳନ୍ତ ଅଗ୍ନିରେ

ବର୍ଷାର ଶୀତଳ ମଲମ ଲଗାଇ ଦେଲା ।


ଶବ୍ଦର କି ନିଜସ୍ୱ ମାନେ ଥାଏ ?

ଶବ୍ଦର ତ କିଛି ବି ନଥାଏ 

ତଥାପି ଶବ୍ଦ କେତେ ଶକ୍ତିଶାଳୀ 

ଘଡିକରେ ଦୋହଲାଇ ପାରେ 

ରାଜ ସିଂହାସନ 

ଶବ୍ଦ କେବେ ଭରି ଦିଏ 

ଶୁଷ୍କ ହୃଦୟେ ପ୍ରେମର ଜୀବନ ।

ଶବ୍ଦ କେବେ ଭାଙ୍ଗି ଦିଏ  

ଯତନରେ ବନ୍ଧା ଏକ ନୀଡ 

ଶବ୍ଦ କେବେ ମଳୟ ପବନ

ଆଉ କେବେ କାଳ ବୈଶାଖୀର ଝଡ ।

ଶବ୍ଦ ଯୋଡେ ସମ୍ପର୍କର ଅତୁଟ ବନ୍ଧନ  

ଶବ୍ଦ କେବେ ଅବୁଝା ରହିଗଲେ

କଥା ବି ବ୍ୟଥା ଦେଇ ଯାଏ

ଜଳି ଯାଏ ସମ୍ପର୍କର ନନ୍ଦନ କାନନ ।


ସଂସାରର ଅଭିଧାନେ 

ଭରି ରହି ଅଛି ଶବ୍ଦ ଅସୁମାରି 

ବାଛି ନିଅ ଗୋଟି ଗୋଟି ଶବ୍ଦ 

ଶବ୍ଦ ସମୁଦ୍ରର ଶାମୁକାରୁ ମୁକ୍ତା ପରି 

ପ୍ରେମର ରସରେ ଭିଜାଇ

କୋମଳ କଣ୍ଠରେ ପରଶି ଦିଅ

ଦୁନିଆର ପଙ୍ଗତରେ

ବାନ୍ଧି ନିଅ ସଂସାରକୁ ଅତୁଟ ଡୋରୀରେ 



Rate this content
Log in

Similar oriya poem from Romance