ଶବ୍ଦ ପ୍ରଦୂଷଣ
ଶବ୍ଦ ପ୍ରଦୂଷଣ
ନିର୍ଜନ ରାତ୍ରିରେ ଶୂନଶାନ ପଥରେ
ଭୟଙ୍କର ରଡ଼ି ଛାଡ଼ି,
କେଉଁଠି ଶୁଭୁଛି ଆମ୍ବୁଲାନ୍ସ ରଡ଼ି
କେଉଁଠି ମଟର ଗାଡ଼ି |
ରାସ୍ତାକଡ଼ ଘରେ ଜରା ଜୀବନଟି
ହୁଏ ଖାଲି ଛଟପଟ,
ଶବ୍ଦବିଦ୍ଧ କରେ କର୍ଣ୍ଣ ଭେଦ କରି
ଛୁଟିଯିବ କାଳେ ଘଟ |
ଶୂନ୍ୟ ଇଲାକାରେ ଘରଟି ଯାହାର
କି ହୋଇବ ତାର ଦଶା,
ଏପରି ଶବଦ କାନରେ ବାଜିଲେ
ଉଡ଼ିଯିବ ତାର ହଂସା |
ରାସ୍ତା ଯଦି ଅଛି ଶୂନଶାନ ଏଠି
ଶବ୍ଦ କାହିଁପାଇଁ ଲୋଡ଼ା,
ରୋଗୀନେଇ ଗଡ଼ିଯାଏ ଆମ୍ବୁଲାନ୍ସ
ବିକଟାଳ ଶବ୍ଦଭରା |
ଶବ୍ଦ ପାଇଁ ଅବା ନାହିଁ କିଛି ନୀତି
ରାତି ଅଧେ ଆସେ ମାଡ଼ି,
ଅସୁସ୍ଥ ମଣିଷ ବୃଦ୍ଧ ଜରାଗ୍ରସ୍ତ
ଆଖି ନିଦ ଯାଏ ଉଡ଼ି |
ଦୃଷ୍ଟି ଦିଅ ଥରେ ପ୍ରଶାସନ ସ୍ତରେ
ସମସ୍ୟାକୁ ଦୂର କର,
ଅସହାୟ ପ୍ରତି ଦୟା ଭାବ ରଖ
ଅବହେଳାଟି ନକର |
