STORYMIRROR

Santanu Bisoi

Abstract

2  

Santanu Bisoi

Abstract

"ଶବ"।

"ଶବ"।

1 min
394

ବହୁରୂପୀ ଭାଣ୍ଡେ ରାଜା ଭାବି ଯିଏ

ପୁଜୁଥାଆନ୍ତି ପୟର,

ସାତଜନ୍ମେ ସିଏ ଚେତିବ କି ହୋଇ

ଅନ୍ଧଶ୍ରଦ୍ଧାରୁ ବାହାର


ଆଳସ୍ୟ କୋଢିଆ ତୋଷାମଦକାରି

ଚେତିବେନି କେବେ କିଏ,

ଗୋଲାମ ଓ ଗୋତି ଖଟୁଥିବା ଲୋକ

ବିପ୍ଳବୀ କେବେ କି ହୁଏ


ନିଦ୍ରିତ ଯେ ଆଜି ଆମ ଭାଇ ବନ୍ଧୁ

ଶୁଣି ବିକାଶର ଗଳ୍ପ

ଉଠାଅ ନା ତାଙ୍କୁ ଶୋଇବାକୁ ଦିଅ

ଚେଇଁ ଶୋଇଛି ସେ ଅଳ୍ପ


ଶୁଅରେ ଶୁଅରେ ଉତ୍କଳ ସନ୍ତାନେ

ନିଘୋଡ଼ ନିଦ୍ରାରେ ଡୁବି,

ଟାଣି ଖାଉଥିବେ ସ୍ୱାନ ଓ ଶୃଗାଳ

ଶବ ବୋଲି ତତେ ଭାବି


ଗଙ୍ଗା ଠାରୁ ଗୋଦାବରୀ ପରିଯନ୍ତେ

ଉନ୍ନତ ଉତ୍କଳ ମଥା,

ଭୁଲି ଯାଆ ତୋର ଅତୀତ ଗୌରବ

ପୂର୍ବଜଙ୍କ ବୀର ଗାଥା


ଘର ସମ୍ମାନକୁ ଦେଇ ପାରିବୁନି

ସୁରକ୍ଷା ନିର୍ଭୟ ବାଣୀ,

ଅପାରଗ ହୋଇ ରହିଛୁ ରହିବୁ

ନାରୀର ଚିତ୍କାର ଶୁଣି


ତୋ ଆଗେ ମନ୍ଦିର ଲୁଣ୍ଠନ ହୋଇବ

ଧନ ହେବ ହରିଲୁଟ୍,

ଅସମ୍ମାନ ହେବେ ଆରାଧ୍ୟ ଠାକୁର

ଚାହୁଁଥିବୁ ମଟମଟ


ଅନ୍ୟାୟ ଅନୀତି ଦେଖିକି ପାରିବୁ

ଦୁଷ୍କର୍ମେ ଭାସିବ ଭଵ,

ସେଥିପାଇଁ ତୋତେ କହେରେ ଦୁର୍ବଳ

ହୋଇଯାଅ ତୁହି ଶବ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract