STORYMIRROR

PRABHAS KUMAR MOHAPATRA

Abstract

3  

PRABHAS KUMAR MOHAPATRA

Abstract

ଶୈଶବ କାନ୍ଦୁଛି

ଶୈଶବ କାନ୍ଦୁଛି

1 min
440

ଶୈଶବ ଭିଜୁଛି ,ଆଖି ଳୁହେ ଏଠି

କାନ୍ଦୁଛି ଶିଶୁର ମନ

ହଜାରେ ଯୋଜନା ,ଥାଇକି ଯେ ଏଠି

ମିଳିବା ସାତ ସପନ

ଯେଉଁ ବୟସରେ, ଧରିବା କଥା ସେ

ବସ୍ତାନି ବହି ହାତରେ

ସେଇ ବୟସରେ, ଚାରାଉଛି ଶିଶୁ

କାହା ଗୌ ଛେଳି ବିଲରେ

କାନ୍ଦୁଛି ଶୈଶବ ,ସମ୍ବଳ ଅଭାବ

ସାଜିଛି ତାର ବଇରୀ

ଖେଳ କୁଦ ସ୍ବପ୍ନ, କରେ ଶ୍ରମଦାନ

କୋଦାଳ ହାତରେ ଧରି

ବାସନ ମାଜୁଛି ,ଶିଶୁ ହାତେ ନିତି

ଭାଙ୍ଗୁଛି ହାତେ ପାଷାଣ

ଦୁନିଆ ଯାକର, ଗୋଟାଏ ଅଳିଆ

ଦେଖୁଛନ୍ତି ସବୁ ଗଣ

ଦରଦ ନାହିଁ ଯେ, କାହାରି ତା ପାଇଁ

ଧରିବାକୁ ହାତ ତାର

ଛାତିରେ ଧରିବା, ଦୂର ର କଥା ଯେ

କରନ୍ତି ଯେ ଅନାଦର

ଶୈଶବ ଭାବୁଛି, ଅଲୋଡା ମୁହିଁ କି

ଜନ୍ମ ହେବା ପାପ ମୋର

କାନ୍ଦୁଛି ଶୈଶବ, ଧରି କେତେ କୋହ

ବୁହାଇ ଲୁହର ଧାର



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract