STORYMIRROR

Salila Sarangi

Tragedy

4  

Salila Sarangi

Tragedy

ଶାଶୁଘର

ଶାଶୁଘର

1 min
383

ଶାଶୁଘର ନୁହେଁ ଖେଳଘର ଟିଏ

ମାପି ଚୁପି ପକା ପାଦ

ପାନରୁ ଟିକିଏ ଚୂନ ଛାଡିଗଲେ

ଖାଲି ନିନ୍ଦା ଅପବାଦ।


ଛାଡି ତାତ ମାତ ସେନେହ ପଣତ

ଝିଅ ଯାଏ ଶାଶୁଘର

ଟିକିଏ ଆଦର ପାଇବାକୁ ତାର

ମନ ଚାହେଁ ନିରନ୍ତର।


ସେ ସ୍ନେହ ଆଦର ସଵୁ ଝିଅଙ୍କର

ଭାଗ୍ୟରେ ଲେଖା ନ ଥାଏ

ଯୈାତୁକ ରାକ୍ଷସ କଵଳରେ ପରା

ମାଵଵତ୍ବ ଲୋପ ପାଏ।


ରାତି ନ ପାହୁଣୁ କେତେ ଉଲୁଗୁଣା

ଦେଉଥାନ୍ତି ମିଳିମିଶି

ବୋହୂ ବାପଘର ଚଉଦ ପୁରୁଷ

ପିଣ୍ଡ ଵାଢୁଥାନ୍ତି ଵସି।


ଵୋହୁଟି ଵିଚରା ଵାପ ପରିସ୍ଥିତି

ପାଖରେ ମୁଣ୍ଡ ନୁଆଁଇ

ଛାତିକୁ ପାଷାଣ କରି ନିର୍ଯ୍ୟାତନା

ନିରଵରେ ଯାଏ ସହି।


ଘରର ସକଳ ପାଇଟି କରଇ

ସକାଳରୁ ସଞ୍ଜ ଯାଏ

ତଥାପି ତା ପାଇଁ କାହା ହୃଦୟରେ

ଟିକେ କରୁଣା ନ ଥାଏ।


କିରୋସିନି ଢାଳି ଦେଇଥାନ୍ତି ଜାଳି

ନରାଧମ ଅଵିଵେକି

ଶାଶୁଘର ନୁହେଁ ଯମପୁର ସେତ

ଆଉ କି ଵୁଝିଵା ବାକି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy