STORYMIRROR

NIBEDITA MOHAPATRA

Inspirational

4  

NIBEDITA MOHAPATRA

Inspirational

ଶାଶ୍ବତ ପ୍ରେମ

ଶାଶ୍ବତ ପ୍ରେମ

1 min
166

ପ୍ରେମ ମାନେ ନାହିଁ ସୀମା ସରହଦ

ମାନେ ନାହିଁ ଜାତି ବାଦ

ପ୍ରେମ ମାନେ ନାହିଁ ଉଚ୍ଚନୀଚ ଭାବ

ମାନେ ନାହିଁ ଧର୍ମ ଭେଦ॥

ପ୍ରେମ ବୁଝେ ନାହିଁ ଛଳନାର ଭାଷା

ବୁଝେ ନାହିଁ ହିଂସା ଦ୍ବେଷ

ପ୍ରେମ ବୁଝେ ନାହିଁ ଅହଙ୍କାର କଥା

ବୁଝେ ନାହିଁ ରାଗ ରୋଷ॥

ପ୍ରେମ ତ ଶିଖାଏ ନାହିଁ ବିଭେଦତା

ଶିଖାଏ ନାହିଁ କ୍ରୁରତା

ପ୍ରେମ ତ ଶିଖାଏ ନାହିଁ ପ୍ରତାରଣା

ଶିଖାଏ ନାହିଁ ଭୀରୁତା॥

କେବେ ଶଦ୍ଦ ହୀନ ଅଭିବ୍ୟକ୍ତି ସେତ

ସମର୍ପଣର ସ୍ବିକୃତି

କେବେ ହୃଦୟରେ ଶାନ୍ତ ମନ୍ଦାକିନୀ

ପବିତ୍ର ସେ ଅନୁଭୂତି॥

ସଙ୍ଗୀତର ସାତସୁରେ ଭାସିଉଠେ

ପ୍ରେମର ଅଭୁଲା ଗୀତି

ପ୍ରାଣମୟ ମୂର୍ଚ୍ଛନାରେ ଭରିଦିଏ

ସବୁରି ଆତ୍ମାରେ ଶାନ୍ତି॥

ପିତା ମାତା ଭାଇ ଭଗ୍ନିର ପ୍ରେମରେ

ଭରିଥାଏ ଆତ୍ମିୟତା

ସେହି ଭାବ ବିଭୁ ପ୍ରେମେ ମିଳେ ଯାହା

ତ୍ୟାଗ ପୁଷ୍ପେ ବିମଣ୍ଡିତା॥

ରାଧାକୃଷ୍ଣ ଅମର କାହାଣୀର ଗାଥା

ଗୋପୀଙ୍କର ପବିତ୍ରତା

ନିଃସ୍ବାର୍ଥ ମୀରାବାଈ ଶବରୀ ପ୍ରେମେ

ଭରିଥିଲା ତ ସତ୍ୟତା॥

ପ୍ରାପ୍ତିର ଅଭିପ୍ସାରେ ଶାଶ୍ବତ ପ୍ରେମ

ମିଳେ ନାହିଁ ଜଗତରେ

ବିଶ୍ବାସ ଭରସା ତ୍ୟାଗ ପ୍ରତିଦାନେ

ମିଳିଯାଏ କ୍ଷଣିକରେ॥

କାମନା ବାସନାକୁ ଦୂରେଇ କର

ପ୍ରେମ ବହ୍ନି ପ୍ରଜ୍ଜ୍ବଳିତ

ସ୍ବାର୍ଥପରତାର ପରଦା ହଟିଲେ

ପ୍ରେମ ହୋଇବ ଶାଶ୍ବତ॥

ପ୍ରେମ ଅଟଇ ସତ୍ୟ ଶିବ ସୁନ୍ଦର

ପ୍ରେମ ଈଶ୍ବରଙ୍କ ଦାନ

ପ୍ରେମର ପରସ ମୃତ୍ୟୁ ସଞ୍ଜିବନୀ

ରହିଥାଏ ଚିରନ୍ତନ॥

ନିବେଦିତା ମହାପାତ୍ର

ମୁକୁନ୍ଦ ମିଶ୍ର ନଗର,ଗୋପିନାଥପୁର,ପୁରୀ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational