STORYMIRROR

Amulya Kumar Nayak

Romance

2  

Amulya Kumar Nayak

Romance

ଶାଶ୍ବତ ପ୍ରେମ

ଶାଶ୍ବତ ପ୍ରେମ

1 min
205


ତୋ ପ୍ରେମ ପାଖୁଡା

ମୁଦି ହୋଇଯାଏ

ମୋ ପ୍ରେମ ସୂର୍ଯ୍ଯାସ୍ତ ପରେ,

ତଥାପି ଲୋ ପଦ୍ମ

ତତେ ଭାଳୁଥାଏ

ଦୂର ପାହାଡର ତଳେ ।।


ହସ ହସ ମୁହିଁ

ଥାଉ ତୁ ଅନାଇ

ମୋ ଫେରିବା ବାଟ ଚାହିଁ,

ସିନ୍ଦୂରା ଫାଟିଲେ

କୁକ୍କୁଟ ରଢିଲେ

କି ସୁନ୍ଦର ଦିଶୁ ତୁହି ।।


ଦେହ ଢଳ ଢଳ

ତୁହି ଲୋ ଉତ୍ପଳ

ସୁନୀଳ ସରସୀ ଜଳ,

ତୋ ଦେହରେ ଜଳି

ଯାଏ ମୁଁ ଉଛୁଳି

ଜଳନ୍ତି ମଧୁପ ଦଳ ।।


ପଙ୍କିଳ ପଙ୍କଜ

ତୋ ତନୁ ଶୁଭ୍ରଜ

ଶୋଭାର ଉପମା ସ୍ଥଳ,

ତୋ ଲୋହିତ ରଂଗ

ତନୁ ମନ ସଂଗ

ତୁହି ମୋ ଏକା ସମ୍ବଳ ।।


ତୋ ଭକ୍ତି ପାଖରେ

ମୋ ଶକ୍ତି ହାରଇ

ରାତ୍ରିର ଅନ୍ଧାର କୋଳେ,

ପ୍ରତିଶୃତି ହୁଏ

ପାଣିଗାର ଟିଏ

ଫେରିବି କି ବସି ଭାଳେ ?


କଳା ମେଘ ଯେହ୍ନେ

ଢାଙ୍କିଦେବ ତେଣେ

ଚମକ ବିଜୁଳି ମେଳେ,

ତୋ ଦେହ ଯନ୍ତ୍ରଣା

କରେ ଆନମନା

ଏଇ ମୌସୁମୀ ବେଳେ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance