STORYMIRROR

Narayan chandra Senapati

Romance

2  

Narayan chandra Senapati

Romance

ଶାଶ୍ୱତ ପ୍ରେମର ରଙ୍ଗ

ଶାଶ୍ୱତ ପ୍ରେମର ରଙ୍ଗ

1 min
131

ଶୁଣିଛି ଶୁଣୁଛି ଏ ଧରା ଧାମରେ

ଅପୂର୍ବ ବିଚିତ୍ର ନାମ

ମହୁଠାରୁ ମିଠା ସୁଧାଧାରା ସମ

ଅମର ଶାଶ୍ୱତ ପ୍ରେମ

ପ୍ରଥମ ଅଙ୍କର ପ୍ରଥମ ଦୃଶ୍ୟରେ

ଆଦାମ ଓ ଇଭ ଆସି

ଗୋଲାପଟେ ଦେଇ ଆଲିଙ୍ଗନ କରି

ପ୍ରେମ ଛବି ଥିଲେ ଆଙ୍କି

ତାଙ୍କୁ ଦେଖି ଚାହିଁ ସେଦିନ କେଦାର

ଗୌରୀ'କୁ ପ୍ରେମ ବିତରି

ଅମର ଅକ୍ଷରେ ନାମଟି ଲେଖିଲେ

ପ୍ରାଣେ ସ୍ପନ୍ଦନ ସଂଚରି

ପ୍ରେମ ତ ଅରୁପ ପ୍ରେମ ଅପରୁପ

ବିଚିତ୍ର ବିବିଧ (ତା) ବର୍ଣ୍ଣ

କେବେ ଗଢେ ସୁଖେ ପ୍ରଶାନ୍ତି ମହଲ

କେବେ ଦୁଃଖର ଶ୍ମଶାନ

ପ୍ରେମ କେବେ ସାଜେ ପ୍ରୀତି କୁଞ୍ଜବନ

କେବେ ଇନ୍ଦ୍ରଧନୁ ହସ

କେବେ ମରୁଭୂମି କେବେ ନଣ୍ଡାବର

କେବେ ବା ବିରହ ବିଷ

ପ୍ରେମ ଚଢ଼େ କେବେ କଣ୍ଟାର ପାହାଡ଼

(କେବେ) ବୁଡ଼େ ଗୋଲାପର ସରେ

ଶାଶ୍ୱତ ପ୍ରେମଟା ହୃଦୟ ଥରାଏ

ବିଶ୍ୱାସ ଭରସା ତୀରେ

ହସ ଲୁହ ଭଲ ମନ୍ଦ ମିଶ୍ରଣରେ

ସୃଷ୍ଟ ପୁଷ୍ଟ ସରବତ

ଯନ୍ତ୍ରଣା ବିହୀନ ଜତୁଗୃହ ସିଏ

ମୃତ ଓଠେ ଭାଗବତ

ନିଃସ୍ୱାର୍ଥପର ଯେ ତ୍ୟାଗ ଓଠ ଧାରେ

ଧରେ ରାମ ହରିନାମ

ଐଶ୍ୱର୍ଯ୍ୟ କାନ୍ତି ତା ପାଶ ନ ଛାଡ଼ଇ

ବିଚିତ୍ର ଶାଶ୍ୱତ ପ୍ରେମ

ଛୁଇଁନି କଳଙ୍କ ସାଜିନି ଆତଙ୍କ

ଅଙ୍କା ବଙ୍କା ନଈ ଧାରେ

ଆନନ୍ଦର ଅଶ୍ରୁ ବିଗଳିତ କରି

ସ୍ମୃତି ତରଙ୍ଗେ ପହଁରେ

ଜୀଇଁଥିଲେ ଝୁରେ ମୃତ ପରେ ସ୍ମରେ

କୋହକୁ କରାଇ ସାଥି

ମାନେନା ସେ ଧନୀ ଗରିବର ଭେଦ

ମାନେନା ଅଛୁଆଁ ଜାତି

ଶାଶ୍ୱତ ପ୍ରେମର ରଙ୍ଗ କେବେ ନାଲି

କେବେ ନୀଳ ଓ ଗୋଲାପି

ନିର୍ମଳ ଧବଳ ପରି ସତ୍ୟ ଶାନ୍ତ

ସୁଖେ କାନ୍ଦେ ଓଠ ଚାପି

ଆଜିକା ଦିନରେ ପ୍ରେମ ନାମ ମିଥ୍ୟା

ପ୍ରତାରଣା ତା ଘନିଷ୍ଠ

ନାହିଁ ତାର ଦୈର୍ଘ୍ୟ ନାହିଁ ତା ଓସାର

ଶାଶ୍ୱତ ନୁହଁ ନିକୃଷ୍ଟ

ପ୍ରେମକୁ ଯେ ଭାବେ ଶସ୍ତା ଖେଳ ଅବା

ବଜାରର ପଣ୍ୟଦ୍ରବ

ଜାଣେନା ସେ ଅନ୍ଧ ଶାଶ୍ୱତ ପ୍ରେମର

ସୁନ୍ଦର ରଙ୍ଗର ଭାବ

ମନରେ ସପନ ହୃଦରେ କମ୍ପନ

ମିଶିଲେ ଆତ୍ମାରେ ଆତ୍ମା

ଶାଶ୍ୱତ ପ୍ରେମର ରଙ୍ଗ ସ୍ମୃତି ଆଙ୍କି

ଖୁସି ହେବେ ପରମାତ୍ମା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance