STORYMIRROR

Niranjan Mishra

Inspirational

4  

Niranjan Mishra

Inspirational

ଶାନ୍ତି ମୈତ୍ରୀର ସଙ୍ଗୀତ

ଶାନ୍ତି ମୈତ୍ରୀର ସଙ୍ଗୀତ

2 mins
265


ହିମାଚଳ ଠାରୁ କୁମାରୀକା ଯାଏଁ

ବକ୍ଷ ଯାହାର ପ୍ରଶସ୍ତ

କୋଟି ହୃଦୟର ମଉଡମଣି ସେ

ମୁକୁଟ ଯାହାର ଉନ୍ନତ

ଶାନ୍ତି ମୈତ୍ରୀର ସଙ୍ଗୀତ

ଗାଏ ମୋ ଦେଶ ଭାରତ।


ଗଙ୍ଗା ଯମୁନା ଗୋଦାବରୀ ସିପ୍ରା

ସରସ୍ବତୀ ସିନ୍ଧୁ ନର୍ମଦା

କାବେରୀ ନଦୀ ଏ ପୂତ ସଲିଳା

ସ୍ରୋତସ୍ୱିନୀ ଏ ସର୍ବଦା

କଳ କଳ ନାଦେ ଘର୍ଘରା

ତଟ ଭୂମି ଯାର ଉର୍ବରା ।


ଗୀତା ଭାଗବତ ପୁରାଣ ବିଶ୍ୱକୁ

ଦେଲା ଯିଏ ଉପହାର

ଚରଣ କମଳ ଧୋଇଦିଏ ଯାର

ବଙ୍ଗର ଉପସାଗର

ଶାନ୍ତି ମୈତ୍ରୀର ସଙ୍ଗୀତ

ଗାଏ ମୋ ଦେଶ ଭାରତ ।


ଅହିଂସା ଅସ୍ତ୍ରରେ ପରାଧୀନତାର

ଶୃଙ୍ଖଳ ଯିଏ କାଟିଲା

ସାରା ଜଗତରେ ନିଜର ନାମକୁ

ଉଜ୍ଜୀବିତ ଯେ କରିଲା

ତ୍ରିରଙ୍ଗା କରଇ ଯାହାର

ଶାନ୍ତି ମୈତ୍ରୀ ପ୍ରଚାର ।


ସରବ ଧରମ ସମନ୍ବୟ ଯହିଁ

ଇତିହାସ ଗାଏ ଯା ଗୀତ

ଯୋଗ ବିଦ୍ୟା ଯା ଚିର ସହଚର

ବିଶ୍ୱେ ସଦା ଯେ ବିଖ୍ୟାତ

ସେଇ ମୋ ଦେଶ ଭାରତ

ଶାନ୍ତି ମୈତ୍ରୀ ଯା ଚିତ୍ତ ।


>

ତା ସମାନ ଦେଶ ସାରା ବିଶ୍ବରେ

କିଏ କହ ଦେଖିଛ ଆଉ

ଭାରତ ଭୂଇଁରେ ଜନମ ଆମର

ଭାରତୀୟ ଆମେ ବୋଲାଉ

ଗୌରବ ମାଟି ମାଆର

ସନ୍ତାନ ଆମେ ତାହାର ।


ଜାତୀୟ ପତାକା ତ୍ରିରଙ୍ଗା ଯାହାର

ପଦ୍ମ ଜାତୀୟ କୁସୁମ

ମୟୂର ଯାହାର ଜାତୀୟ ପକ୍ଷୀ

ଅହିଂସା ଯାହାର ଧରମ

ଜ୍ଞାନ ବୈରାଗ୍ୟ ବିଜ୍ଞାନ

ଶିକ୍ଷା ଯାହାର ନୟନ ।


ସତ୍ୟ ଶାନ୍ତି ବାରତା ଦେଉଛି

ସାରା ଜଗତକୁ ସର୍ବଦା

ବିଶ୍ଵଗୁରୁ ଯେ ହୋଇଅଛି ଆଜି

ପାଉଅଛି ବିଶ୍ୱେ ମର୍ଯ୍ୟାଦା

ଶାନ୍ତି ମୈତ୍ରୀର ସଙ୍ଗୀତ

ଗାଏ ମୋ ଦେଶ ଭାରତ ।


ଏକ ମନ ଏକ ପରାଣେ ସଭିଏଁ

ରହିଛନ୍ତି ସଦା ଜାଗ୍ରତ

ଏକତା ଡୋରରେ ବାନ୍ଧି ହୋଇଛନ୍ତି

ଦେଶାତ୍ମବୋଧରେ ସତତ

ଶାନ୍ତି ମୈତ୍ରୀର ସଙ୍ଗୀତ

ଗାଏ ମୋ ଦେଶ ଭାରତ ।


ଜନଗଣ ମନ ସଭିଏଁ ଗାଆନ୍ତି

ଏ ଆମ ଜାତୀୟ ସଙ୍ଗୀତ

ସଭିଙ୍କ ହୃଦୟେ କରିଛି ସେ ଘର

କୋଟି ଜନତାର ଏ ଗୀତ

ଶାନ୍ତି ମୈତ୍ରୀର ସଙ୍ଗୀତ

ଗାଏ ମୋ ଦେଶ ଭାରତ ।


Rate this content
Log in

Similar oriya poem from Inspirational