STORYMIRROR

Arjuni charan Behera

Inspirational Others

4.5  

Arjuni charan Behera

Inspirational Others

ବ୍ରଜରାଜ ସୂତାଷ୍ଟକମ୍

ବ୍ରଜରାଜ ସୂତାଷ୍ଟକମ୍

2 mins
231



ନବ ନୀରଦ ନିନ୍ଦିତ କାନ୍ତିଧରଂ

      ରସ ସାଗର ନାଗର ଭୂପବରଂ

ଶୁଭ ବଙ୍କିମ ଚାରୁ ଶିଖଣ୍ଡ ଶିଖଂ

   ଭଜ କୃଷ୍ଣନିଧି ବ୍ରଜରାଜ ସୁତଂ l


ଭୁବି ଶଙ୍କିତ ବଙ୍କିମ ଶକ୍ତିଧନୁ

     ମୁଖଚନ୍ଦ୍ର ବିନିନ୍ଦିତ କୋଟି ବିଧୂଂ

ମୃଦୁ ମନ୍ଦ ସୁହାସ୍ୟ ସୁଭାସ ଯୁତଂ

 ଭଜ କୃଷ୍ଣନିଧି ବ୍ରଜରାଜ ସୁତଂ l


ସୁବିକମ୍ପା ଅନଙ୍ଗ ଦନଙ୍ଗ ଧରଂ

   ବ୍ରଜବାସୀ ମନୋହର ବେଶକରଂ

ଭୃଙ୍ଗ ଲାଞ୍ଛିତ ନୀଳ ସରୋଜ ଦୃଶଂ

   ଭଜ କୃଷ୍ଣନିଧି ବ୍ରଜରାଜ ସୁତଂ ।


ଅଳକାବଳି ମଣ୍ଡିତ ଭାଲପଟଂ

     ଶ୍ରୁତି ବୋଲିତ ମକର କୁଣ୍ଡଳିକଂ

କଟି ସୁନ୍ଦର ବେଷ୍ଟିତ ପୀତ ପଟଂ

  ଭଜ କୃଷ୍ଣନିଧି ବ୍ରଜରାଜ ସୁତଂ।


କଳ ନୂପୁର ରାଜିତ ଚାରୁପଦଂ

     ମଣି ରଞ୍ଜିତ ଖଞ୍ଜିତ ଭୃଙ୍ଗମଦଂ

ଧ୍ୱଜ ବଜ୍ର ଝସାଙ୍କିତ ପାଦଯୁଗଂ

   ଭଜ କୃଷ୍ଣନିଧି ବ୍ରଜରାଜ ସୁତଂ।


ଭୃଷ ଚନ୍ଦନ ଚର୍ଚ୍ଚିତ ଚାରୁତନୁଂ

     ମଣି କୌସ୍ତୁଭ ଗୃହୀତ ଭାନୁତନୁଂ

ବ୍ରଜବାଳ ଶିରୋମଣି ରୂପ ଧୃକଂ

   ଭଜ କୃଷ୍ଣନିଧି ବ୍ରଜରାଜ ସୁତଂ।


ସୁରବୃନ୍ଦ ବନ୍ଦ୍ୟାଦି ମୁକୁନ୍ଦହରଂ

      ସୁରନାଥ ଶିରୋମଣି ସର୍ବପରଂ

ଗିରିଧାରୀ ମୁରାରୀ ପୁରାରୀପରଂ

  ଭଜ କୃଷ୍ଣନିଧି ବ୍ରଜରାଜ ସୁତଂ।


ବୃଷଭାନୁ ସୁତା ବର କେଳି ପରଂ

      ରସରାଜ ଶିରୋମଣି ବେଶଧରଂ

ଜଗଦୀଶ୍ୱର ମିଶ୍ୱର ପିତାମ୍ବରଂ

   ଭଜ କୃଷ୍ଣନିଧି ବ୍ରଜରାଜ ସୁତଂ।


  (ଇତି ଶ୍ରୀବ୍ରଜରାଜସୂତାଷ୍ଟକମ୍ )

ଭାବାନୁବାଦ :-

ରସର ସାଗର ରସିକ ନାଗର

      ନବଘନ କାନ୍ତିଧର

ଶିରେ ଶିଖି ପୂଛ ବଙ୍କିମ ଅଧର

     କଳାନିଧି କଳାକର l


ଭଜ କୃଷ୍ଣନିଧି ବ୍ରଜରାଜ ସୂତ

      ବରଜ ସୁନ୍ଦର ହରି

ହରି ଜନ୍ମ ଦୁଃଖ ନିରେଖି ଶ୍ରୀମୁଖ

   ଭଵ ବାରି ହେବ ପାରି l


ସୁନ୍ଦର ଭ୍ରୂଲତା ଶକ୍ରଚାପ ପ୍ରାୟେ

    ମୁଖ ନିନ୍ଦେ କୋଟି ଚନ୍ଦ୍ର

ମୃଦୁ ମୃଦୁ ହସ ସୁଭାଷ ସୁହାସ

     ନମସ୍ତେ ଶ୍ରୀକୃଷ୍ଣ ଚନ୍ଦ୍ର l


ଭଜ କୃଷ୍ଣନିଧି ବ୍ରଜରାଜ ସୂତ

      ବରଜ ସୁନ୍ଦର ହରି

ହରି ଜନ୍ମ ଦୁଃଖ ନିରେଖି ଶ୍ରୀମୁଖ

   ଭଵ ବାରି

ହେବ ପାରି l


ମଦନକୁ ନିନ୍ଦି ରୂପ କଳାନିଧି  

      ବଦନ ଚନ୍ଦ୍ର ମୟୁଖ

ଭ୍ରମରଲାଂଛିତ ନୀଳୋତ୍ପଳ କାନ୍ତି

      ବ୍ରଜ ସୁଖ ପ୍ରଦାୟକ l


ଭଜ କୃଷ୍ଣ ନିଧି ବ୍ରଜରାଜ ସୂତ

      ବରଜ ସୁନ୍ଦର ହରି

ହରି ଜନ୍ମ ଦୁଃଖ ନିରେଖି ଶ୍ରୀମୁଖ

   ଭଵ ବାରି ହେବ ପାରି l


ଭାଲ ପଟେ ଚୂଳ କୁଞ୍ଚିତ କୁନ୍ତଳ

       ଅଳକାବଳି ଚଞ୍ଚଳ

ମକର କୁଣ୍ଡଳ କର୍ଣ୍ଣେ ବିଲମ୍ବିତ

    କଟିରେ ପୀତ ଦୁକୁଳ l


ଭଜ କୃଷ୍ଣ ନିଧି ବ୍ରଜ ରାଜ ସୂତ

      ବରଜ ସୁନ୍ଦର ହରି

ହରି ଜନ୍ମ ଦୁଃଖ ନିରେଖି ଶ୍ରୀମୁଖ

   ଭଵ ବାରି ହେବ ପାରି l


ନୁପୁର ରାଜିତ ଚାରୁପଦ ଶୋଭା

       ମଧୁପ ଗୁଞ୍ଜିତ ଗତି

ଧ୍ୱଜ,ଵଜ୍ର, ଝସାଙ୍କିତ ଯୁଗ୍ମପାଦ

      ଝୁଲି ଝୁଲି ମତ୍ତହସ୍ତୀ l


ଭଜ କୃଷ୍ଣ ନିଧି ବ୍ରଜ ରାଜ ସୂତ

      ବରଜ ସୁନ୍ଦର ହରି

ହରି ଜନ୍ମ ଦୁଃଖ ନିରେଖି ଶ୍ରୀମୁଖ

   ଭଵ ବାରି ହେବ ପାରି ।


ଚନ୍ଦନ ଚର୍ଚ୍ଚିତ ଚାରୁ କଳେବର

   ବକ୍ଷେ କୌସ୍ତୁଭ ସୁନ୍ଦର

ରୂପ ଶିରୋମଣି ବରଜ ସୁନ୍ଦର

     କାନ୍ତି ନିନ୍ଦେ ଦିନକର l


ଭଜ କୃଷ୍ଣ ନିଧି ବ୍ରଜରାଜ ସୂତ

      ବରଜ ସୁନ୍ଦର ହରି

ହରି ଜନ୍ମ ଦୁଃଖ ନିରେଖି ଶ୍ରୀମୁଖ

   ଭଵ ବାରି ହେବ ପାରି l


ସୁର ନର ବନ୍ଦ୍ୟ ମାଧବ ମୁକୁନ୍ଦ

       ସୁରନାଥ ଶିରିପତି

ଗିରିଧାରୀ ହର ପୂଜିତ ମୁରାରୀ

    ବନ୍ଦେ ଶ୍ରୀଜଗତପତି l


ଭଜ କୃଷ୍ଣ ନିଧି ବ୍ରଜରାଜ ସୂତ

      ବରଜ ସୁନ୍ଦର ହରି

ହରି ଜନ୍ମ ଦୁଃଖ ନିରେଖି ଶ୍ରୀମୁଖ

   ଭଵ ବାରି ହେବ ପାରି l


ବୃଷଭାନୁ ସୂତା କେଳି ଵିନିନ୍ଦିତା

      ରସରାଜ ଚୂଡ଼ାମଣି

ବେଶ ମନୋହର ଭୁବନ ସୁନ୍ଦର

     ପିତାମ୍ବର ବେଣୁପାଣି l


ଭଜ କୃଷ୍ଣ ନିଧି ବ୍ରଜରାଜ ସୂତ

      ବରଜ ସୁନ୍ଦର ହରି

ହରି ଜନ୍ମ ଦୁଃଖ ନିରେଖି ଶ୍ରୀମୁଖ

   ଭଵ ବାରି ହେବ ପାରି l


  


Rate this content
Log in

Similar oriya poem from Inspirational