STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

ଶ୍ରୀଜଗନ୍ନାଥ ମନ୍ଦିର ନିର୍ମାତା  ମହାରାଜ ଅନଙ୍ଗ ଭୀମଦେବ

ଶ୍ରୀଜଗନ୍ନାଥ ମନ୍ଦିର ନିର୍ମାତା  ମହାରାଜ ଅନଙ୍ଗ ଭୀମଦେବ

1 min
1

  ଶ୍ରୀଜଗନ୍ନାଥ ମନ୍ଦିର ନିର୍ମାତା
 ମହାରାଜ ଅନଙ୍ଗ ଭୀମଦେବ ===============
ଧନ୍ୟ ଧନ୍ୟ ତୁମେ ଉତ୍କକ ନୃପତି ।
ଥାପିଲ ଉତ୍କଳେ ଅକ୍ଷୟ କିରତୀ ।। ମହାସିନ୍ଧୁ କୂଳେ ଆହେ ମହାରାଜା।
ବଡ଼ ଦେଉଳ ଯା' ଉଡ଼ୁଅଛି ଧ୍ୱଜା।।
ଦେଉଳେ ବସନ୍ତି, ପ୍ରଭୁ ବିଶ୍ୱରାଟ ।
ସେ ବିଶ୍ୱ ନିର୍ମାତା ବିଶ୍ୱର ସମ୍ରାଟ।।
କେତନ ଉଡ଼ାଇଛନ୍ତି ସାମ୍ୟ ନୀତି।
ତାହାଙ୍କର ନାହିଁ ପକ୍ଷ ପାତ ରୀତି।। ପରିଚାରୀ ତାଙ୍କ ସ୍ୱୟଂ ପଦ୍ମାଳୟା।
ବିସ୍ତାରି ଅଛନ୍ତି ବଳୀୟାର ବାହା।।
ଶଙ୍ଖ, ଚକ୍ର, ଗଦା, ପଦ୍ମ ଧରିଛନ୍ତି।
ସେବକ ତାଙ୍କର ସ୍ବୟଂ ଗଜପତି।।
ଜଳ ଫଳ ପୁଷ୍ପ ଅର୍ପିଲେ ଭକ୍ତିରେ। କୋଳାଇନିଅନ୍ତି ଭକ୍ତକୁ ଆଦରେ।।
ପ୍ରଭୁଙ୍କର କଥା କେତେ ମୁଁ କହିବି।
ତୁମ୍ଭ କିର୍ତ୍ତୀ ଗାଥା ନିଶ୍ଚୟ ଗାଇବି।।
ଗଙ୍ଗ ନରପତି ଚୋଡ଼ଗଙ୍ଗ ଦେବ।
ତାଙ୍କ ସୂତ ଶ୍ରୀଅନଙ୍ଗଭୀମଦେବ।।
ପିତାଙ୍କର ଅଟ ଯୋଗ୍ୟତମ ସୂତ।
ଅସମାପ୍ତ କାର୍ଯ୍ୟ କରିଲ ସମାପ୍ତ।। ସୂଚୀମୁନେ କଳା ଅପୂର୍ଵ ଭାସ୍କର୍ଯ୍ୟ।
ଅତି ମନୋହର ଅତିହିଁ ଆଶ୍ଚର୍ଯ୍ୟ।।
ବିସ୍ତୀର୍ଣ୍ଣ ବାଲୁକା ବାଲୁବନ୍ତ ପରେ।
ଦୃଢେ଼ ଛିଡ଼ାଅଛି ସୁଦୃଢ଼ ଭିତ୍ତିରେ।।
ଜୟ  ଜୟ  ଜୟ ପ୍ରଭୁ ଜଗନ୍ନାଥ ।
ଦୂରୁ ଦିଶୁଥାଇ ନୀଳଚକ୍ରେ ନେତ।।
ଧନ୍ୟ ଧନ୍ୟ ନୃପ ଶ୍ରୀ ଅନଙ୍ଗଦେବ।
ଯଶ ତବ କାଳେକାଳେ ରହିଥିବ।।
କାଳ ବକ୍ଷେ ତୁମ୍ଭ ଅଲିଭା କିରତୀ।
ଉତ୍କଳୀ ଗାଇବ ଆହେ ନରପତି।।
           🙏🙏🙏
               ଅର୍ଜୁନୀ
             ------------
ଅର୍ଜୁନୀ ଚରଣ ବେହେରା
ମୋ -7693091971


Rate this content
Log in

Similar oriya poem from Inspirational