STORYMIRROR

Niranjan Mishra

Inspirational

4  

Niranjan Mishra

Inspirational

ଧରମ ମାସ କାର୍ତ୍ତିକ

ଧରମ ମାସ କାର୍ତ୍ତିକ

2 mins
341



ଧରମ ମାସ କାର୍ତ୍ତିକ ଏକଥାଟି ଶାସ୍ତ୍ର ପୁରାଣେ ବର୍ଣ୍ଣିତ

ଜିତେନ୍ଦ୍ରିୟ ସ୍ନାନ ହବିଷ୍ୟାନ୍ନ କରି ପ୍ରାଣୀ ହୁଏ ପାପମୁକ୍ତ।


ଧରମ କରମ ସାଧନ ପାଇଁକି ସ୍ନାନ ନିତ୍ୟ ପ୍ରୟୋଜନ

ମାଘ ବଇଶାଖ କାର୍ତ୍ତିକ ମାସର ମହତ୍ତ୍ବ ପ୍ରାତ ସ୍ନାହାନ ।


କାର୍ତ୍ତିକ ମାସରେ ପ୍ରାତସ୍ନାୟୀ ତୀର୍ଥ ପବିତ୍ର ଜଳରେ ସ୍ନାନ

ସୁରୁଜ ଉଇଁବା ଆଗରୁ ସାରିଣ କରେ ସଦା ଜପ ଧ୍ୟାନ।


ଭଜନ ପୂଜନ ଆରାଧନା କରି ରାଧା ଦାମୋଦରଙ୍କର

ତୁଳସୀ ପୂଜନ ଆକାଶ ଦୀପଟି ଜାଳେ ଚଉରା ମୂଳର।


ତୁଳସୀ ଅଶ୍ବତ୍ଥ ଅଁଳା ଗଛମୂଳେ ପଢି କାର୍ତ୍ତିକ ପୁରାଣ 

ହବିଷ୍ୟାନ୍ନ କରି ସୁଖ ସଉଭାଗ୍ୟ ଲଭନ୍ତି ଏହା ପ୍ରମାଣ ।


ବ୍ରତ ଉପବାସ ଧରମ ଏ ମାସ ଯମରାଜ ଦୀପଦାନ

କୃଷ୍ଣ ତ୍ରୟୋଦଶୀ ତିଥିରେ ହୁଅଇ ଧନ ତ୍ରୟୋଦଶୀ ଦିନ ।


ଯମ ତର୍ପଣ ଦୀପଦାନ ନରକ ଚତୁର୍ଦ୍ଦଶୀ ଶ୍ୟାମାକାଳୀ

ଦୀପାବଳି ଲକ୍ଷ୍ମୀପୂଜା ଆଦି ପୂଜା ହୁଅଇ ଭଳିକି ଭଳି।


ଦେବ ଋଷି ପିତୃ ପୂଜନ ଆବର ହୁଏ ପୂପ ଦୀପଦାନ

ଦୀପାବଳି ଆଣେ ଆଲୋକ ପରବ ଧରମ କାର୍ତ୍ତିକ ପୁଣ୍ୟ ।


>

ଯମ ଦ୍ୱିତୀୟା ଭୀଷ୍ମ ପଞ୍ଚକ ଆଦି ପରବ କାର୍ତ୍ତିକ ମାସ

ନେଇ ଆସିଅଛି ଶରଦ ରାହାସ ଏଇ ଧରମର ମାସ ।


ରାଧା ଦାମୋଦର ବେଶେ ଜଗନ୍ନାଥ ଦଶହରା ପରଦିନ

ଏକାଦଶୀଠାରୁ ଭକତମାନଙ୍କୁ ଦେଇଥାନ୍ତି ଦରଶନ ।


କାର୍ତ୍ତିକ ମାସର ଶୁକଳ ଦଶମୀ ପରିଯନ୍ତେ ଏହି ବେଶ

ରହିବ ପହିଲି ପଞ୍ଚୁକେ ହେବେ ସେ ଲକ୍ଷ୍ମୀନାରାୟଣ ବେଶ ।


ଦ୍ଵାଦଶୀରେ ବାଙ୍କ ଚୂଡା ବେଶ ତ୍ରୟୋଦଶୀ ତ୍ରିବିକ୍ରମ ବେଶ

ଲକ୍ଷ୍ମୀନୃସିଂହ ବେଶ ଚତୁର୍ଦ୍ଦଶୀରେ ହେବେ ପ୍ରଭୁ ଜଗଦୀଶ।


କାର୍ତ୍ତିକ ପୂର୍ଣ୍ଣମୀ ରାଜ ବେଶ ହେବେ ଛ ଦିନ ପଞ୍ଚୁକ ହେଲେ

ନାଗାର୍ଜୁନ ବେଶ ହୁଏ ପ୍ରଭୁଙ୍କର ଧର୍ମ ମାସ କାର୍ତ୍ତିକରେ।


ଦୀପାବଳିଠାରୁ ଦଶମୀ ପର୍ଯ୍ୟନ୍ତ ଆସେ ଯେତେ ସୋମବାର

ହରିହର ବେଶେ ଦର୍ଶନ ଦିଅନ୍ତି ଅଗ୍ରଜ ବଡ଼ଠାକୁର ।


କାର୍ତ୍ତିକ ପୂର୍ଣ୍ଣମୀ ରାତିରୁ ଗାଧୋଇ ଆ କା ମା ଭୈ ଗାଇ

ଡଙ୍ଗାକୁ ଭସାନ୍ତି ନଈ ପୋଖରୀରେ ଗୁଆ ଆଉ ପାନ ଥୋଇ।


ଦେବ ଦରଶନ କରି ପ୍ରତିଦିନ ରହି ନୀତି ନିୟମରେ

ପାଳିବା କାର୍ତ୍ତିକ ଏ ଧରମ ମାସ ଆମେ ଆନନ୍ଦ ମନରେ।


Rate this content
Log in

Similar oriya poem from Inspirational