ଯାଦୁ
ଯାଦୁ
ଯାଦୁ ଜଣେ ମାଆର !
ମାଆର ସ୍ନେହରେ ସନ୍ତାନ ସୁରକ୍ଷା
ଏହି ପରା ଯାଦୁ ମାଆର,
ଆଶୀର୍ବାଦେ ଧାଇଁ ଧାଇଁ ଯାଏ
ଆଗେଇ ଚାଲେ
ଜୀବନ ନଉକା ପାରି ହୋଇଯାଏ
ସାତ ସମୁଦ୍ର,ପାହାଡ଼,ପର୍ବତ,କଣ୍ଟାକୁ
ଖାତିର ନଥାଏ,
ମାଆ ଆଶୀର୍ବାଦ
ସବୁଦିନ,ସବୁବେଳେ,ସବୁ ସ୍ଥିତିରେ ନିରନ୍ତର,
ଏହାହିଁ ଯାଦୁ ମାଆର ।
ଯାଦୁ ଜଣେ ନିରହଂକାରୀ !
ନିରହଂକାରୀ ମଣିଷର ପ୍ରେରଣା
ଅତ୍ୟନ୍ତ ଉଚ୍ଚକୋଟୀର,
ସମୃଦ୍ଧ ସୂଚନା ଆଉ
ବୁଦ୍ଧି ବିଚକ୍ଷଣତାର
ପାଉ ପରିଚୟ ,
ସେହି ନିରହଂକାରୀ
ଶିଖାଏ ଶିଷ୍ଟାଚାର,ସଂସ୍କାର,ଦେଶପ୍ରେମ
ଓ ଭାଇଚାରାର କୌଶଳ
ଆଉ କଳା ବଞ୍ଚିବାର ,
ଏହାହିଁ ତ ଖେଳ ଯାଦୁର ।
ଯାଦୁ ଜଣେ ସତ୍ୟ ପୁରୁଷର
ସତ୍ୟ ବଳରେ ବଳୀୟାନ,
ସେ ଅଟେ ସୁପୁରୁଷ
କଦର୍ଥ ବନ୍ଧନରୁ ମୁକ୍ତ ଅଟନ୍ତି,
ଠିକ୍ କଥାରେ ନିମଗ୍ନ,
ଭରସାର ବାର୍ତ୍ତା ତାଙ୍କର,
ବିଶ୍ୱସନୀୟତାର ପ୍ରତୀକ ସେମାନେ,
ଯୁଗେ ଯୁଗେ ସମ୍ମାନର ଅଧିକାରୀ
ପରିଲକ୍ଷିତ ହୁଏ ହୃଦୟରେ,
ତାଙ୍କଠାରେ ବ୍ୟତିକ୍ରମର ଶୂନ୍ୟତା
କର୍ମ,ଶ୍ରଦ୍ଧା ମଧ୍ୟ ଅନନ୍ୟ,
ବିରଳ ସରଳତା ତାଙ୍କର,
ଏହାହିଁ ତ ଖେଳ ଯାଦୁର ।
