STORYMIRROR

Jagannath Das

Inspirational

4  

Jagannath Das

Inspirational

ଦଶମହାବିଦ୍ୟା ଆରାଧନା

ଦଶମହାବିଦ୍ୟା ଆରାଧନା

2 mins
392



ମହାଳୟାର ଦିନରୁ

ଶୁକ୍ଳ ଦଶମୀ ପର୍ଯ୍ୟନ୍ତ

ସାଧକେ ପୂଜନ୍ତି ଦଶ

ମହାବିଦ୍ୟା


ସିଦ୍ଧିର ପ୍ରାପ୍ତିର ଆଶେ

ଅନ୍ତର ମାତା ଙ୍କ ପାଶେ

ଦେଇଣ ଡାକେ ଦିଅ ହେ

ଜ୍ଞାନ ବିଦ୍ୟା


ତୁହି ହେ ଅବିଦ୍ୟା ର ବିଦ୍ୟା

କୃପାଦେଇ ମୃଣ୍ମୟୀ

ନାଶ କୁବିଦ୍ୟା


      1!କାଳୀ!


ଜୟ ଜୟ କପାଳିନୀ

ନୃମୁଣ୍ଡ ମାଳା ମାଳିନୀ

ଖଣ୍ଡା ଖର୍ପର ଧାରିଣୀ,

ଏକିବିକଟ


ଉଲଂଗିନୀ ମେଘ ବର୍ଣ୍ଣା

ଶିବ ବକ୍ଷେ ସୁଶୋଭନା

ଲୋଳଜିହ୍ୱା ତ୍ରିନୟନା

ରୂପେପ୍ରକଟ


ବରା ଭୟ ଲଲାଟ ପଟ

ଏତିକି ମାଗୁଣି ମୋର

ନାଶ ସଙ୍କଟ


      2!ତାରା!


ଜୟ ମା ତାରା ତାରିଣୀ

ହର ହୃଦ ବିହାରିଣୀ

ସୁଖ ମୋକ୍ଷ ପ୍ରଦାୟିନୀ

ତ୍ରିତାପ ହରା


ରଙ୍ଗି ଜିହ୍ୱା -ନୀଳ ବର୍ଣ୍ଣା

ଏକ ଜଟା ତ୍ରିନୟନା

ବ୍ୟାଘ୍ର ଚର୍ମ ପରିଧାନୀ

କୃପା ନିର୍ଝରା


ନୀଳ ପଦ୍ମ -ନୃ ମୁଣ୍ଡ ଧରା

ନାଶ ମୋ ମାନସ

ତାପ ଦୁରିତ ହରା


     3!ଶୋଡଷୀ!


ଜୟ ଷୋଡଶୀ ଜୟ ମା

ରକ୍ତାର୍ବିନ୍ଦ ର ବରଣା

ପଞ୍ଚ ଶକ୍ତି ମଞ୍ଚାସନା

ପ୍ରେମ ସଞ୍ଚରୀ


ପ୍ରେମଡୋରେ ଦେବଗଣେ

ବାନ୍ଧି ଅପାଙ୍ଗ ନୟନେ

ମୋହିଲୁ ଦିବ୍ୟ ଦର୍ଶନେ

ରସ ଈଶ୍ୱରୀ


ଜ୍ୟୋତିର୍ମୟ ମୂର୍ତ୍ତି ତୋହରି

ହେଉ ଗୋ ମମ ମାନସ

ତାମସ ହାରୀ


      4!ଭୁବନେଶ୍ୱରୀ!


ଜୟ ମା ଭୁବନେଶ୍ୱରୀ

ମୂର୍ତ୍ତି ତ୍ରିପୁର ସୁନ୍ଦରୀ

ମା ଗୋ ପାଶାଙ୍କୁଶଧାରୀ

ଅମ୍ବୁଜାସନା

ରକ୍ତ ବର୍ଣ୍ଣା ତ୍ରିୟ ନେତ୍ରା

ଅର୍ଦ୍ଧ ଚନ୍ଦ୍ରା ସୁଶୋଭିତା

ରତ୍ନାଳଙ୍କାର ଭୂଷିତା

ରଙ୍ଗ ବସନା


ବରାଭୟା ବର ଆନନା

ଦିଅ ଗୋ ଅଭୟ

ନାଶ ମୋ ବାସନା


     5!ଛିନ୍ନମସ୍ତା!


ଜୟ ମା ଗୋ ଛିନ୍ନ ମସ୍ତା

ଦିଗମ୍ବରୀ ଶୂନ୍ୟ ହସ୍ତା

ରତି କାମୋପରିସ୍ଥିତା

ପଦ୍ମ ବରଣୀ


ମତ୍ତସ୍ଵ ରୁଧିର ପାନେ

ବେନି ଡାକିନୀ ଗହଣେ

କୃପ୍ତ -କବନ୍ଧ ନର୍ତ୍ତନ

ଭୁତ ଭାବନା

ନାଗ ଉପବିତ ଭୂଷଣା

ଛେଦ ଗଳ ଗ୍ରହ ମୋର

ମୁଣ୍ଡ ମଣ୍ଡନା


       6!ଭୈରବୀ!


ଜୟ ଭୈରବୀ ଜନନୀ

ଅଟ୍ଟହାସ ପ୍ରକାଶିନୀ

ଚତୁର୍ଭୁଜା ତ୍ରିନୟନୀ

ରକ୍ତ ବରଣା

ଦକ୍ଷ କରେ ଅକ୍ଷମାଳା

ବାମେ ପୁସ୍ତିକା ଉଜ୍ଜ୍ଵଳା

ଗଳେ ରାଜେ ମୁଣ୍ଡ ମାଳା

କମଳା ସନା

କପାଳେ ଅର୍ଧେନ୍ଦୁ ଶୋଭାନା

ବରା ଭୟ କରେ ଯମ ଯାତନା


   7!  ଧୂମାବତୀ!


ଜୟ ମା ଗୋ ଧୂମାବତୀ

କ୍ଷୁଦା ନିବାରଣେ ପତି

ଶିବେ ଗ୍ରାସ କଲୁ ସତୀ

ଧୂମଦ୍ଗାରିଣୀ

ଗର୍ଭସ୍ଥ ଶିବ ଆଦେଶେ

ପୂଜିତା ବୈଧବ୍ୟ ବେଶେ

ଧୂମ ବର୍ଣ୍ଣା ମୁକ୍ତ କେଶା

ସୂର୍ପ ଧାରିଣୀ

କାଳ ଧ୍ୱଜ ରାଥାରୋହିଣୀ

ଗ୍ରାସ ମୋ ଅଶିବ ଶିବା

ଶିର ପ୍ରଦାୟିନୀ


    8  !ବଗଳା!


ଜୟ ଗୋ ବଗଳା ମାତା

ପିତ ବର୍ଣ୍ଣା ପିତ ବସ୍ତ୍ରା

ହରିଦ୍ରାସରସୀସ୍ମାତା

ପିତ ଭରଣୀ


ବହୁ ବିଦ୍ୟା ରୂପ ଧାରୀ

ଦାନଵ ଦର୍ପ ସଂହାରୀ

ପ୍ରଭଞ୍ଜନ କୃପ ହରି

ସୃଷ୍ଟି ରକ୍ଷିଣୀ

ରତ୍ନ ସିଂହାସନ ରୋହିଣୀ

ମୋ ମାନସ କ୍ରୋଧ ଝଞ୍ଜା

ନାଶ ଜନନୀ


       9!ମାତଙ୍ଗୀ!


ଜୟ ମା ଜୟ ମାତଙ୍ଗୀ

ଶୋହେ ରକ୍ତ ବାସ୍ତ୍ରାଙ୍ଗି

ତ୍ରିଲୋଚନା ଅଙ୍ଗ ଭଙ୍ଗୀ

ମାତଙ୍ଗୋ ତପା

ଚତୁର୍ଭୁଜେ ଖଡ୍ଗ ଚର୍ମ

ପଶାଙ୍କୁଶ ଅଙ୍ଗେ ବର୍ମ

ମାତଙ୍ଗ ତାପସ

ମର୍ମ-କାରଣ କ୍ଷମା

ମାତା ରତ୍ନ ପଦ୍ମ ଆସନା

ହର ମା ମାତଙ୍ଗୀ ମମ

ମର୍ମ ବେଦନା


     10!କମଳା!


ଜୟ ମା କମଳାସନା

 କମଳା ସୁବର୍ଣ୍ଣ ବର୍ଣ୍ଣା

ଶୋଭା ପସରା କର

କମଳ ଶୋଭାନା

ଶ୍ୱେତ ଦନ୍ତା ବଳ ବେନି

ସୁବର୍ଣ୍ଣ କଳସ ଘେନି

ପିୟୁଷ ଧାରା ବର୍ଷନ୍ତି

ଶିରେ ଜନନୀ

ଭକ୍ତ ମନ ନୟନ ମଣି

ହର ମୋ ଦାରୁଣ ହୃଦ

ବେଦନା ପୁଣି


ଦଶ ମହା ଦେବୀ ପୁଜି

ଅନ୍ତର ଦିଅଇ ହଜି,

ତୋର ନିକଟ


ସତ୍ୟ କୁ ମୁଁ ଖୋଜି ଖୋଜି

ସାଧନା ରେ ପୁଜି

ଡାକେ ଆକଟ

ଯୋଗମାୟା ଯୋଗଣ୍ମୟୀ

ତୁ ନାଶ ସଙ୍କଟ



Rate this content
Log in

Similar oriya poem from Inspirational