STORYMIRROR

Niranjan Mishra

Inspirational Others

4  

Niranjan Mishra

Inspirational Others

ହେତୁବାଦୀ

ହେତୁବାଦୀ

2 mins
223



ଈଶ୍ବର ବିଶ୍ବାସ ନଥାଏ ଯାହାର 

ଅବିଶ୍ବାସ ପରଲୋକେ ।

ସଂସାର ଭିତରେ ହେତୁବାଦୀ ବୋଲି

କହିଥାନ୍ତି ତାଙ୍କୁ ଲୋକେ। ୧।

ବିଶ୍ବାସ ନଥାଏ ସଂସ୍କୃତିରେ ତାଙ୍କ

ନାହିଁ ପରମ୍ପରା ଜ୍ଞାନ ।

ପଶୁ ଠାରୁ ହୀନ ହେତୁବାଦୀମାନେ

ନାହିଁ ତାଙ୍କ କାଣ୍ଡ ଜ୍ଞାନ ।୨।

ଧରମ କଅଣ ଅଧର୍ମ କଅଣ

କୁଆଡୁ ସିଏ ଜାଣିବେ ।

କଥା କଥାକରେ ଏ ହେତୁବାଦୀଏ

ପ୍ରମାଣ ନିଶ୍ଚେ ଖୋଜିବେ ।୩।

ବେଦ ବେଦାନ୍ତରେ ଶାସ୍ତ୍ର ପୁରାଣରେ

ଆଗ୍ରହ ନାହିଁ ତାଙ୍କର ।

ପ୍ରତ୍ୟକ୍ଷ ପ୍ରମାଣ ପ୍ରତ୍ୟେକ କ୍ଷେତ୍ରରେ

ଦେଖିବା ଲୋଡ଼ା ତାଙ୍କର। ୪।

ତାଙ୍କୁ ପଚାରିବ ବାବୁ ତୁମେ ତୁମ

ବାପାଙ୍କୁ ତ ଦେଖିଥିବ ।

ଜେଜେବାପାଙ୍କୁ ତୁମର ଦେଖିଛକି

ସେକଥା ଟିକେ କହିବ ।୫।

ଜେଜେବାପାଙ୍କୁ ଦେଖିଛନ୍ତି କହିଲେ

ପୁଣି ପଚାରିବ ତାଙ୍କୁ।

କେହି ଦେଖିଛକି କେବେ ତୁମ

ଅଣବାପା ବା ପଣବାପାଙ୍କୁ ।୬।

ଯେବେ ସେ କହିବେ ନାହିଁ ତେବେ

ତାଙ୍କୁ ଟିକିଏ ବୁଝାଇ ଦେବ।

ନଥିଲେ ସେମାନେ କେବେ କେଉଁକାଳେ

ତାଙ୍କୁ କିପରି ଦେଖିବ ?୭।

ଶୁଣ ହେତୁବାଦୀ ! ତୁମେ ଦେଖିନାହଁ

ତୁମ

ପ୍ରପିତାମହଙ୍କୁ ।

ଆଗରୁ ସେମାନେ ଥିଲେ କି ନଥିଲେ

ଆଣ ତା ନିଜ ମନକୁ ।୮।

ତୁମେ ହେତୁବାଦୀ ହେଲ ବୋଲି ସବୁ

ବୁଦ୍ଧି ବୃତ୍ତି ହରାଇଲ ।

ଶାସ୍ତ୍ର ପୁରାଣକୁ ଭୁଲିଯାଇ ନିଜ

ମନ ଇଚ୍ଛା କାମ କଲ ।୯।

ସଭିଙ୍କ ଆବେଗ ସହିତ ଖେଳିଲ

ସୂର୍ଯ୍ୟ ପରାଗ ବେଳରେ ।

ଅନ୍ୟକୁ ବିରିୟାନୀ ଖୁଆଇ ଆମ

ସଂସ୍କୃତି ଭୁଲିଗଲରେ ।୧୦।

କେଉଁ ଅଧିକାର ପାଇଅଛ ତୁମେ

ଅନ୍ୟ ମୁଣ୍ଡେ ନିଜ ଦୋଷ।

ଲଦିଦେଇ ଏବେ ସ୍ୱଧର୍ମ ବଖାଣି

ଫୁଲାଉଛ ତୁମ ନିଶ ।୧୧।

ସମ୍ବିଧାନ କଣ ଦେଇଛି ତୁମକୁ

ଏଡେ ବଡ ଅଧିକାର ।

ବାଟିଆ ଲାଗିଛି ନ୍ୟାୟାଳୟେ ଧାଇଁ

କରିବ ତା ପ୍ରତିକାର ।୧୨।

ଧିକ ଧିକ ବଡପଣକୁ ତୁମର

ନିଜେ ଅଧରମେ ଥାଇ ।

ନିରୀହ ଲୋକଙ୍କୁ ଧରମ ପଥରୁ

ଆଣିଲ ତୁମେ ଖସାଇ ।୧୩।

ପାଖଣ୍ଡ ଏମାନେ ହେତୁବାଦୀ ସାଜି

ଧରମ ପଥକୁ ହୁଡି ।

ଅଧରମ ପଥେ କରୁଛନ୍ତି ଗତି

ଆସ ଭାଇ ୟାଙ୍କୁ ଏଡି ।୧୪।

ସ୍ୱଧର୍ମରେ ରହି ଧର୍ମ ଅର୍ଥ କାମ

ମୋକ୍ଷ ଅରଜନ କର ।

ହେତୁବାଦୀଙ୍କର କବଜାରେ ପଡି

ସ୍ୱଧର୍ମ ନଷ୍ଟ ନକର ।୧୫।


Rate this content
Log in

Similar oriya poem from Inspirational