STORYMIRROR

Saroj Kumar Ojha

Inspirational

4  

Saroj Kumar Ojha

Inspirational

ଯାତ୍ରା

ଯାତ୍ରା

2 mins
322


ଜୀବନ ଯାତ୍ରା


କିଏ କହେ ଯାତ୍ରା ସରିଲାଣି,

ଯାତ୍ରା ଯେଉଁଠି ସରେ

ଯାତ୍ରା ସେଇଠୁ ଆରମ୍ଭ ହୁଏ ।

ଦୂର ଦିଗବଳୟ ଲମ୍ବିଛି,

ଯାତ୍ରା ବି ଜାରି ରହିଛି,

ଜୀବନ ଆଗଉଛି ଏକ ଲକ୍ଷ୍ୟ ନେଇ,

ପଛକୁ ଚାହିଁବା ଧୃଷ୍ଟତା ହେବ,

ନୁହେଁ ଏହା ଯାତ୍ରାର ଲକ୍ଷଣ ,

ଆଗେଇ ଚାଲିବା ଆଗେଇ ଚାଲିବା

ପାଦରେ ପାଦ ମିଳାଇ

ମନ ହୃଦୟ ମିଶାଇ,

ଏକ ପଥେ ଲୟ ଅନେକ ପଥିକ ।।


ଅଭିନୟ ଯାତ୍ରା


ଯାତ୍ରା ମନୋରଞ୍ଜନର ମଞ୍ଚଟିଏ 

କାଳ୍ପନିକ,ଐତିହାସିକ,ବୌଦ୍ଧିକ

ଓ ସାମାଜିକର କାହାଣୀ ନେଇ

ଅଭିନୟ ଭରା ଯାତରା ମଣ୍ଡପ,

କଳା,ଧଳା,ନାଲି,ନୀଳ ଆଦି

ସପ୍ତ ରଙ୍ଗ ଭରା ବହୁ ନୃତ୍ୟ,

ମନ,ତାନ ମିଶା ମନୋରଞ୍ଜନ,

ଶତ ଶତ ଚକ୍ଷୁ ଗୋଟିଏ ସ୍ଥଳରେ କେନ୍ଦ୍ରୀଭୂତ

ଶତ ଶତ ରେଖା ଚକ୍ଷୁରୁ ମଞ୍ଚଯାଏ,

ସୃଷ୍ଟି ହୁଏ ସହସ୍ର କାଳ୍ପନିକ ରେଖା

ମଞ୍ଚ କେନ୍ଦ୍ରରୁ ଅଭିନୟର ରଶ୍ମିମାନ

ପଡ଼ି ଶତ ଶତ ନେତ୍ର ହୁଏ ପବିତ୍ର,

ଏହାହିଁ ଯାତ୍ରାର ବିଚିତ୍ର ।।


ଲୋକାରଣ୍ୟ ଯାତ୍ରା

ଯାତ୍ରାର ବିକଳ୍ପ ନାହିଁ

ଯାତରା ହିଁ ଯାତ୍ରା ଓ ମେଳା,

ଏକ ସିମୀତ ପ୍ରାନ୍ତର,ଶହଶହ ଦୋକାନ

ସ୍ଥାୟୀ ସ୍ଥଳରୁ ଉଠି ଆସନ୍ତି 

ଅସ୍ଥାୟୀ ସ୍ଥଳରେ ଜମାଟ ବାନ୍ଧନ୍ତି,

ପରସନ୍ତି ଦ୍ରବ୍ୟ ମୂଲ୍ୟ ବଦଳରେ,

ଖେଳାଇ ଥାଆନ୍ତି ଅମୂଲ୍ୟ ପସରା,

ହସି ଉଠୁଥାଏ ଯାତରା ସ୍ଥଳ,

ଧ୍ଵନୀ ପ୍ରତିଧ୍ୱନୀରେ ସ୍ଥଳ ପ୍ରକମ୍ପିତ,

ଭଜନ ସନ୍ଧ୍ୟାର ଅନନ୍ୟ ଆସର,

ଏକ ମିଶ୍ରଣ ଶବ୍ଦର ପରିବେଷଣ,

ରାତ୍ର ସମୟର ସୁସଜ୍ଜିତ ଆଲୋକ ମାଳ,

ଦୂର ଦିଗ୍ ବାଳୟରୁ ଦୃଶ୍ୟ ଅସ୍ଥାୟୀ

ରଙ୍ଗୀନ ଆଲୋକିତ ଇଲାକା,

ବିଶାଳ ଜନସମାଗମ,

ଜାତି,ଧର୍ମ,ବର୍ଣ୍ଣ ନିର୍ବିଶେଷରେ

ରହିଛି କୋଳାହଳପୂର୍ଣ୍ଣ ସୁସ୍ଥ ମାନସିକତା,

ଯାତ୍ରା ଯୋଗଦାନ ପାଇଁ ସମର୍ପଣ ଭାବ,

ମିଶିବା,ହୃଦୟର କଥା ବାଣ୍ଟିବାର

ଓ ଅନୁଭବ ନେବାର ପ୍ରକୃଷ୍ଟ ସମୟ,

ଦେଖିବା,କିଣିବା,ଖାଇବା,ବୁଲିବା

ଆଦି ଚାରି କ୍ରିୟାର ସମାହାର,

ଏହାହିଁ ଯାତ୍ରାର ବିଚାର ।



Rate this content
Log in

Similar oriya poem from Inspirational