ଘର ଚଟିଆ
ଘର ଚଟିଆ
ଅନେକ ପ୍ରଜାତି କୀଟ ରୁ ମାନବ ଦ୍ରୁମ ଗ୍ଳୁମ ତରୁ ଲତା
ଗଢି ଏ ପୃଥିବୀ ସଜାଇ ଅଛଇ ସେହି ଯେ ଭାଗ୍ୟ ବିଧାତା
ତା ବିଧାନେ ଧରା ସନ୍ତୁଳିତ ମାଟି ନଦୀ ଗିରି ବନଲତା
ମଣିଷ କି ପଶୁ ପକ୍ଷୀ ମାନେ ତାର ଅଟନ୍ତି ଯେ ରକ୍ଷା କର୍ତ୍ତା ।।
ପାହଡ ଭାଙ୍ଗିଲେ ବନ ହତଶିରୀ ନଦ ନଦୀ ହୁଏ କୃଶ
ସ୍ଵାପଦ ବିପଦ ଜଳଚର ହତ ବିପର୍ଜୟ ଅବକାଶ
ଏମିତି ଅନେକ ପ୍ରଜାତି ଧରାରୁ ହୋଇ ଲେଣି ଅବଶେଷ
ପାହାଡ ପର୍ବତ ନଦ ନଦୀ ଝର ଚିତ୍ରରେ ସେ ବିଶୋଭିତ ।।
ଅନେକ ସ୍ଵାପଦ ସିଂହ ଚିତା କୋକୀ ପରାୟେ ପଶୁ ଅନେକ
ଶଂଖଚିଲ ଗୁଧ୍ର ଟେଣ୍ଟେଇ ଚଟିଆ ହଳଦୀ ବସନ୍ତ କାକ
ଶୁଭେ ନାହିଁ ଆଉ ଆଗଭଳି ସେଇ କିଚିରି ମିଚିରି ଡାକ
ଘର ଚଟିଆର ସକାଳର ଗୀତ କାହିଁ ସେ ଶୁଭ ପୁଲକ ।।
ଆଗେ ଥିଲା ଆମ ଚାଳଘର ମାଟି କାନ୍ଥେ ବୋଉ ହାତ ଝୋଟି
ଗୋବର ଲିପାର ଚଟାଣେ ମୁରୁଜ ସାତ ରଙ୍ଗ କମ କୁଟି
ଘର ଓଳିତଳେ ସାତ ପୁରୁଷରୁ ଘରଚଟିଆ ଙ୍କ ନୀଡ
ପିଲା ଛୁଆ ନେଇ ପୋକ ଯୋକ ଖାଇ ତହିଁ କରନ୍ତି ବିହାର ।।
ବରଷା ଆଗମେ ଗାଁ ଦାଣ୍ଡ ଧୂଳି ମାଟିରେ ଚଟିଆ ଖେଳ
ଦେଖି ତା ପୁରୁଖା ଲୋକ କହୁଥାନ୍ତି ଆସିବ ବରଷା କାଳ
ନି
ରୀହ ଛୋଟିଆ ପକ୍ଷୀ ଜୀବନ ତା ଆହା କି ଆନନ୍ଦେ ଭରା
ପରିବେଶ ସଫା କରି ସେ ବଞ୍ଚଇ ଖାଏ ପୋକ ଯୋକ ସାରା ।।
ସେ ଟିକି ଜୀବନ ଆଜି ଅବକ୍ଷୟ ପଥରେ ନ ମିଳେ ଦେଖା
କାହିଁ ଚାଳ ଓଳିତଳ ସେ ରହିବ ସବୁଠି ତ ଘର କୋଠା
ଆଉ କିଛି କାଳ ପରେ ଆମ ପିଲେ ପଚାରିବେ କୁହ ବାପା
ଘରଚଟିଆ ସେ କେମିତି ପକ୍ଷୀ ଟେ କେଉଁଠାରେ ଅଛି ଦେଖା ।।
କି ଉତ୍ତର ଦେବ ଅବୋଧ ଶିଶୁକୁ ଚିତ୍ର ରେ ରହିବ ସିଏ
ସରି ଆସିଲାଣି ଧରାର ଆୟୁଷ ଏମିତି ପତ୍ୟୟ ହୁଏ
ଖଣି ଖୋଳି ଖାଲ ଖଦାନ ହେଲାଣି ମାଟିତଳ ସବୁ ଫମ୍ପା
ବନାନୀ ଭୂଧର ଭାଙ୍ଗି କଲେ ଯୁର ବଢଇ ଅସୁନ୍ତଳତା ।।
ସ୍ଵର୍ଗ ଅଭିଯାନ ଚନ୍ଦ୍ର ମଙ୍ଗଳ ରେ ମଣିଷ କରିବ ଘର
ଏମିତି ଉଦ୍ଦାମ ମଣିଷ ମନରେ ଘର ଚଟିଆ ତ ଛାର
ଭବିଷ୍ୟତ ଦିଶେ ଅନ୍ଧାର ଅନ୍ଧାର ପ୍ରଦୁଷଣ ମୁକ୍ତ ବାୟୁ
ନଥାଇ ମରଣ ପଥ ପରିଷ୍କାର କ୍ଷୀଣ ତ ହେଲାଣି ଆୟୂ ।।
ସେ ପାଇଁ ଚେତନା ଜନ ଯାଗରଣ ହୋଇଲେ ବି କିଛି କାଳ
ଏମିତି ସୁନ୍ଦର ପୃଥ୍ଵୀ ଦେଖୁଥିବା ନହେଲେ ସବୁ ଚଞ୍ଚଳ
ଶେଷ ହୋଇଯିବ ଆସ ଆସ ବନ୍ଧୁ ଯାହା ଅଛି ଅବଶେଷ
ବଂଚାଇ ରଖିବା ପାଇଁ ଏବେଠାରୁ ଯାରି ରଖିବା ପ୍ରୟାସ ।। ।।