STORYMIRROR

Sangita Mishra Satapathy

Classics

3  

Sangita Mishra Satapathy

Classics

ଶାନ୍ତି କାହିଁ

ଶାନ୍ତି କାହିଁ

1 min
134

ଭିଜୁଛି ମାଟି ବାସନା ନାହିଁ 

ମାଟି ଅଛି ମହକ ନାହିଁ 

ରାତି ଅଛି ସପନ ନାହିଁ 

ସୁଖ ଅଛି ଶାନ୍ତି ନାହିଁ 

ବର୍ଷା ଅଛି ମାଦକତା ନାହିଁ 

ଫୁଲ ଅଛି ବାସ୍ନା ନାହିଁ 

ନିଃଶ୍ବାସ ଅଛି ବିଶ୍ବାସ ନାହିଁ 

ମନ୍ଦିର ଅଛି ହୃଦ ଦେବତା ନାହିଁ 

ମଣିଷ ଅଛି ମାନବିକତା ନାହିଁ

ଅଧିକାର ଅଛି କର୍ତ୍ତବ୍ୟ ନାହିଁ 

ସୂରୁଜ ଅଛି ପଦ୍ମ ନାହିଁ 

ଜହ୍ନ ଅଛି ହଜିଛି କଇଁ 

ସଂପର୍କ ଅଛି ଆବେଗ ନାହିଁ 

ଶୂନ୍ୟ ତା ଅଛି ପୂର୍ଣ୍ଣତା ନାହିଁ 

ଆତ୍ମୀୟତା ହୀନ ସପନ ବିହୀନ

ଅଶାନ୍ତ ଦୁଃଖ ସାଗରେ

ବଞ୍ଚିବା କୁହ ବା କାଇଁ

କଣ ମିଛ ମରୀଚିକାମୟ

କଣ୍ଟକିତ ପଥ ଚାଲିବାପାଇଁ

କଣ ଜୀବନ ହିଁ ସଂଘର୍ଷ ଆଉ

ସଂଘର୍ଷ ହିଁ ଜୀବନ ବୋଲି

ସଂଘର୍ଷ ବିନା କଣ ମୁକ୍ତି ନାହିଁ

ସଂଘର୍ଷ ବିନା କଣ ଶାନ୍ତି ନାହିଁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics