STORYMIRROR

Debabrata Mishra

Abstract Inspirational

4  

Debabrata Mishra

Abstract Inspirational

ଶାନ୍ତି ଏକ ଭ୍ରମ

ଶାନ୍ତି ଏକ ଭ୍ରମ

1 min
590


ରୂପ ମନୋରମ ରଙ୍ଗ ବିଷମ

ଗୁଣ, ଦୋଷ ଭାବିଲେ ସର୍ବ ସମ

ଏଠି ଇଛାରେ ମିଳେନି ବିରାମ

କୁହନ୍ତି ଆଳସ୍ଯର ଅନ୍ୟନାମ ଆରାମ

କୁଆଡ଼େ ମିଛ ଥିଲା ସେ ଶବ୍ଦ "ହେ ରାମ", 


ସୁଖ ମିଳିଯାଇପାରେ ତୁମକୁ ତୁମ ହିସାବରେ

ଆଶା ସ୍ୱପ୍ନ ନ ପୁରିଲେ ଦୁଃଖ 

ଆଶା ପୂରଣ ପରେ ପୁଣି ସୁଖର ସନ୍ଧାନ

ସବୁଥାଇ ପୁଣି ମନରେ ଅସ୍ଥିରତା ଯଦି

ଖୋଜିବୁଲେ ମଣିଷ ଶାନ୍ତି କାହିଁ ଶାନ୍ତି କାହିଁ, 

ଏ ଜୀବନ ଟା ଯାତ୍ରାଟିଏ ମାତ୍ର 

କାନ୍ଦିବାର ଇଛା ତୁମକୁ ସୁଖ ଦେବନି ବାବୁ

ନିଜକୁ କରୁଥାଅ ଜଟିଳ ବେଳରେ କାବୁ, 


ମନେରଖ କଳିଯୁଗେ ଶାନ୍ତି ଏକ ଭ୍ରମ

ଜ୍ଞାନୀ ନୁହେଁ ମୁଁ ଯେ ତୁମକୁ ଦେବି ଉପଦେଶ

ମୁର୍ଖ ର ଅନୁଭବ ଏହା ଜାଣ

ଶାନ୍ତି କେବଳ ଥରେ ଆସେ ବିନା ଅନୁଭବରେ

ଜୀବନ ସରିଗଲାପରେ ନିଶ୍ୱାସ ଛାଡ଼ିଗଲାପରେ

ପାଇଯିବ ଶାନ୍ତି ନା ତୁମେ ଜାଣିବ ନା ବୁଝିବ, 


ଶୁଣିରଖ ଜାଣିରଖ ଶାନ୍ତି ଖୋଜ ନାହିଁ

ଶାନ୍ତି ର ସନ୍ଧାନ ତୁମକୁ ନିରୁଦ୍ଦିଷ୍ଟ କରିଦେବ

ଶୁଖିଯିବ ରକତ ତୁମ ଧମନୀରୁ 

ହଜିଯିବ ବୁଦ୍ଧି ତୁମର ତୁମେ ଶାନ୍ତି ଖୋଜନି

ନିଜକୁ କୋଳାହଳ ରଜ୍ଜୁ ରେ ବାନ୍ଧିରଖ, 

ଶାନ୍ତି ଏକ ଭ୍ରମ ଅଶାନ୍ତିକୁ ଆପଣାର କରିନିଅ

ସଂସାରରେ ସଂଘର୍ଷ ହିଁ ଶାନ୍ତି

ଜୀବନରେ ଗତିଶୀଳତା ହିଁ ଶାନ୍ତି।


Rate this content
Log in

Similar oriya poem from Abstract