STORYMIRROR

Susmita Patel

Romance

2  

Susmita Patel

Romance

ଶାଗୁଆ ରଙ୍ଗର ପାଟ

ଶାଗୁଆ ରଙ୍ଗର ପାଟ

1 min
14.2K


ତୋତେ ଆଖିଠାରି ଦେଲେ

ଫୋଫାଡି ଦେଉଥିିଲୁ ଆକାଶ

କଳାଚାଦରର ଇନ୍ଦ୍ରଜାଳ ତଳେ

କୁଣ୍ଡାଝରା ପ୍ରୀତିର ପୁୁୁଲକ

ମୋ ପୂର୍ଣ୍ଣତାରେ ତୋର ଆତ୍ମତୃପ୍ତି

ଅସରନ୍ତି ଦିିନରୁ

ଆଉ ମୁଁ ସେ ସାବ୍ଜା କ୍ଷଣକୁ

ସାଇତି ରଖୁଥିଲି ମୋ ପାଟ ପଣତରେ

ଗଣ୍ଠିଟିଏ ପାରି ।

ମୁଁ.... ତୁୁ ବେଶ୍ ସଚେେତନ

ତୋର ମୋର ସୁୁରକ୍ଷାର

ବିନା ପ୍ରତିବାଦେ ।

କୋଉ କାଳୁ ତୋର ମୋର ସମ୍ପର୍କ

ମୋର ସାବ୍ଜା କୋଳେ

ତୋ ଚକାଭଉଁରୀ ଖେଳ

ଆଉ ତୋ ଛନ୍ଦ, ଲୟ ,ତାଳରେ

ମୋଠି ଚୀରବସନ୍ତର ଉଲ୍ଳାସ ।

ଆଜି ମୁଁ ଶ୍ରୀହୀନା ବୋଲି

ତୁ ଅକ୍ତିଆରିଥିବା ଋତୁରେ ବିି

କାଁ ଭାଁ ଦେଖାସାକ୍ଷାତ୍ ତୋ ସହିତ

ତୋତେ ଥରେ ଛୁଇଁ ବାକୁ

ଖଜବଜ ପ୍ରରାଣ ଶୁଷ୍କ ଓଠ

ତୃଷ୍ନାପୁଣି ନୀଳ ସାନିଧ୍ୟର ।

ତୋ ଆତ୍ମଗର୍ବ ନା ଅଭିମାନ କେଜାଣି

ତୁ ଆଉ କ'ଣ ଆସୁଚୁ !

ମୋତେ ଛୁଇଁବା ପୂର୍ବରୁ

ଅଧା ବାଟୁ ପରା ତୋର ବୁଲାଣି

ଅନ୍ୟ ଆଡେ ଗତି

ଏଇ କେଇଟା ଦିନରୁ ।

ତୋତେ କାଦୁଅ ଫିଙ୍ଗି କି ଲାଭ

ଆଣ୍ଠୁଏ କାଦୁଅରେ ପା ମୋ ଗୋଡ଼

ସୁଖ କିଣିିବାକୁ ଆପଣାହିିଁତ

ବିକିଦେଇଛି ମୋ କୋଳ !

ଏବେ ଜରାନିବାସରେ ପରା ମୋ ଘର !!

ଆଜି ମୁଁ ସର୍ବସ୍ବାନ୍ତ

ବାର୍ଧ୍ୟ୍ୟକ୍ୟର ଚରମ ସୀମାରେ ବୟସ

ଛଳନାରେ ଆପଣାହିଁ ତ ଟାଣି ନେଇଅଛି

ତୁ ଦେଇଥିିବା "ଶାଗୁଆ ରଙ୍ଗର ପାଟ"

ଆଉ କି ଅଛି.....

ତୋ ମୋ ପ୍ରେମର ସେ

ପବିିିତ୍ର ସକାଳ !!





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance