ସେତ ପିଲା ଆଦିବାସୀ
ସେତ ପିଲା ଆଦିବାସୀ
ପଶି ନାହିଁ ସ୍କୁଲ କକ୍ଷ ଭିତରକୁ
ସେତ ପିଲା ଆଦିବାସୀ,
ପିନ୍ଧି ଅଛି ସିଏ ସ୍କୁଲ ଡ୍ରେସ୍ ଟିଏ
ମନେ ମନେ ବଡ଼ ଖୁସି ।
ପୋଖରୀର କୂଳ ବର ଗଛମୂଳ
ଅଟେ ତାର ପାଠଶାଳା,
ପାଣିରେ ବୁଡ଼ିବା କଙ୍କଡା ଧରିବା
ନଥାଏ ସେଥିରେ ହେଳା ।
ଏଠି ସେଠି ଖେଳି ସମୟ ବିତାଏ
କକ୍ଷରେ ନବସେ ତିଳେ ,
ଥାଳ ଟିଏ ଧରି ଚକା ପାରି ବସେ
ମଧ୍ୟାହ୍ନ ଭୋଜନ ବେଳେ ।
ଭୋଜନ ସରିଲେ ସ୍କୁଲ ସରିଯାଏ
ଘରକୁ ଲେଉଟେ ସିଏ ,
ଫେରି ଯାଏ ପୁଣି ପୋଖରୀ କୂଳକୁ
ନିଜ ଖେଳେ ଲାଗି ଯାଏ ।
ବର ଓହଳରେ ଚଢ଼ିଯାଇ ଗଛ
ଡିଆଁ ମାରେ ପୋଖରୀକୁ
ପୋଖରୀ ଭିତରୁ ମାଛ ଟିଏ ଧରି
ଉଠି ଆସେ ଉପରକୁ ।
ଏହି ପରି ତାର ଦିନ କଟିଯାଏ
ବୁଝେ ନାହିଁ ପାଠ ଶାଠ,
ବାପା ମାଆ ଯଦି ଆକଟ କରନ୍ତି
ଫୁଲାଇ ବସେ ତା ଓଠ ।
ସେଥିପାଇଁ କେହି କିଛି ନକହଁନ୍ତି
ଖେଳି ବୁଲେ ହୋଇ ଖୁସି,
ପାଠ ପଢା ଲେଖା କାହିଁକି ଶିଖିବ
ସେହି ପିଲା ଆଦିବାସୀ ।
ସରକାର ଯେତେ ବନାନ୍ତି ଯୋଜନା
ତାଙ୍କର ଉତ୍ଥାନ ପାଇଁ
ସବୁ ଯୋଜନାତ ହୁଏ ଅସଫଳ
ଏପରି ପିଲାଙ୍କ ପାଇଁ ।
ହେ ପ୍ରଭୁ ଈଶ୍ୱର ବାରେ ଦୟାକର
ଏପରି ପିଲା ମାନଙ୍କୁ,
ତାଙ୍କ ଇଚ୍ଛା ଶକ୍ତି ଜାଗ୍ରତ କରାଅ
ଶିକ୍ଷା କରିବାକୁ ତାଙ୍କୁ ।
ପଢ଼ନ୍ତୁ ଲେଖନ୍ତୁ ଜ୍ଞାନ ଅରଜନ୍ତୁ
ବୁଝନ୍ତୁ ଦେଶର କଥା,
ଶିକ୍ଷା କ୍ଷେତ୍ରେ ଦେଶ ଅଗ୍ରଣୀ ହୋଇବ
ହଟି ଯିବ ଅଜ୍ଞାନତା ।
