STORYMIRROR

Sangita Mishra Satapathy

Children

3  

Sangita Mishra Satapathy

Children

ସେନେହର ରଙ୍ଗ ଦେବାରେ ବୋଳି

ସେନେହର ରଙ୍ଗ ଦେବାରେ ବୋଳି

1 min
255


      ଟୁନାରେ ଟୁନା

ମନ ଦୁଃଖେ ଏଠି ବସିଛୁ କିଆଁ ?

     ଟୁନି ଲୋ ଟୁନି

ଜାଣିନୁ କି କାଲି ପୁନେଇଁ 

ତା ପର ଦିନ ହୋଲି

ହେବାନି କି ରଂଗ ବୋଳାବୋଳି?

     ଟୁନାରେ ଟୁନା

ରଙ୍ଗ ଖେଳିବାକୁ ଉଛ୍ଛନ କିଆଁ ?

    ଟୁନି ଲୋ ଟୁନି

 ଏଇ କଥା କାଇଁ ବୁଝୁନୁ ତୁହି?

ଛାନିଆ ହେବିନି କହୁଛୁ ତୁଇ

ଧାଇଁ ଆସୁଛି ତ ଏଇ କରୋନା

ରଂଗ ଖେଳିବାକୁ ହୋଇବ ମନା

କୁନାରେ କୁନା 

ଅଧୀର ଆଉ ତୁ ଏତେ ହୁଅନା

  ଘରେ ଖେଳିବାରେ ଅବିର ସିନା

ମାନି କରୋନାର କଟକଣା

ରାଗରୁଷା ମନୁ ଭୁଲି

 ସେନେହର ରଂଗ ଦେବାରେ ବୋଳି

ଆସିଛି ରଂଗର ପରବ ହୋଲି।


 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children