STORYMIRROR

Satyabati Swain

Romance

3  

Satyabati Swain

Romance

ସେକୁଥାଏ

ସେକୁଥାଏ

1 min
175


ମନ ଯେବେ

ପ୍ରେମ କରିବ ସେ

ଆଉ କା ହୃଦୟ

ଜହ୍ନ ବାରମ୍ବାର କର ଲେଉଟାଏ

ଡାଇରୀ ଭର୍ତ୍ତୀ ହୋଇଯାଏ

ପ୍ରେମିକା ପାଇଁ ଲେଖା କବିତାରେ

ନିରୋଳା ନିଛାଟିଆ

ରାତିଅଧରେ

ନିଦ ଭାଙ୍ଗେ

ଦୀର୍ଘଶ୍ଵାସ ଆଉ

ଝାଲୁଆ ଦେହରେ

ଆଖି ବୁଜି ଖୁ ଅନୁଭବ କରିହୁଏ

ପ୍ରେମିକା ଦେହ ବାସ୍ନା।

 

ରାତି ଦିନ

ନିଅଁଣ୍ଟ ପଡେ

ହୃଦୟରେ ସୁନାମି ଆସେ

ପ୍ରେମିକ ଦିନରେ 

ଉଲ୍କା ଖସିବା ଦେଖେ

ଗଛ ପତର ପଥର

ଆକାଶ ଛାତିରେ

ପ୍ରେମିକା ମୁହଁ ଦିଶେ

ନିସଙ୍ଗତା ଭଲ ଲାଗେ

ନୀରବତା ବନ୍ଧୁ ହୋଇଯାଏ

ସମୁଦ୍ର ବେଳାଭୂମି ପରେ

ଠିଆ ହୋଇ

ତା କଥାରେ ହଜିବାକୁ 

ମନ ଉସ୍କାଏ।


ଦିନ ଛୋଟ ହୋଇଯାଏ

ରାତି କଷ୍ଟ ଦିଏ

ଅନ୍ଧାର ଚୁପି କିଛି କୁହେ

ଉଦାସ ଭାଵ ଜଗଡି ଧରେ

ପାର୍କ ଗଛ ଗଣ୍ଡିକୁ ଆଉଜି

ତାକୁ ପାଇବାକୁ

ମନ ବ୍ୟାକୁଳ ହୁଏ

ଅନ୍ତତଃ ଦିନରେ

ତା ସହ ଥରେ ଦେଖା ନ ହେଲେ

କେଉଁଥିରେ ମନ ଲାଗେନା

ଗେଲ୍ହା ପୁଅ

ମାକୁ ମିଛ କୁହେ।


ତାକୁ ନୂଆ ନୂଆ ଗିପଟ୍ ଦେବାକୁ

ବାବା ଙ୍କ ପକେଟରେ

କଳା କନା ବୁଲେଇବାକୁ ପଡେ

ବେସରମ ହୋଇ

ମନ କଥା ସାଙ୍ଗ କି ଭାଉଜଙ୍କୁ 

ଲାଞ୍ଚ ଦେଇ ଫୁସୁଲାଇବାକୁ ହୁଏ

ସତରେ ଜଣେ ପ୍ରେମିକ ହେବା

କି କଷ୍ଟ

କେବଳ ଜଣେ ପ୍ରେମିକ ହିଁ କହିପାରେ

ଚୋର

ମିଛୁଆ

ନିର୍ଲ୍ଲଜ

ପାଗଳ ହେବାକୁ ହୁଏ

ଓଃ !ପ୍ରେମିକ ପଣ

ବେଜାଏ ଦୁଃଖ ଦିଏ।


ପ୍ରେମ ମିଳିଲେ ଭଲ

ନଚେତ୍

ବିଚରା ଭାବୁକ ହୋଇ

ଦି ପାଞ୍ଜିରୁ ଯାଏ

ପ୍ରେମିକ 

ଆଗ୍ନେୟଗିରିର ଲାଭାରେ

ନିଇତି

ନିଜ ଆଶା,ଭବିଷ୍ୟ,ବିଶ୍ୱାସ

ଦେହ ମନକୁ ସେକୁଥାଏ

ହୃଦୟକୁ ଜାଳି

ପ୍ରେମ ଜ୍ବଳନର ପୀଡା ସହୁଥାଏ

ପ୍ରେମିକ ହେବା ଏତେ

ସହଜ ନୁହେଁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance