STORYMIRROR

Mr.GAGAN BIHARI NAYAK

Romance Others

2  

Mr.GAGAN BIHARI NAYAK

Romance Others

ସେଇ ରାତି

ସେଇ ରାତି

1 min
125

ସବୁଜ ମନରେ ମୋର

ଲାଲିମାର ଅସ୍ତରାଗ ।

ତୁମ ମନ ଭାରି ଭାରି

ପ୍ରୀତିଭରା ଅନୁରାଗ ।


ଚହଟା କୁରେଇ ଫୁଲ

ହସି ହସି ଖେଳଇ ।

ନହକା ବାଉଁଶ ବଣ

କଟମଟ ଡାକଇ ।


ଶୀତ ଜୁଡୁବୁଡୁ ରାତି

ପଡେ ଯେବେ ଘୁମେଇଁ

ଡୁମୁରି ଜଙ୍ଗଲ ତଳେ

କିଏ ଜଣେ ଡାକଇ ।।


ଚିରୁଗୁଣୀ ନିଆଁ ଜାଳେ 

ଥୁଣ୍ଟା ବରଗଛ ତଳେ ।

ଯିଏ ଦେଖି ଦିଏ ତାରେ

ମରିଯାଏ ଭେଟେଣାରେ॥


ଛାଈକୁ ଦେଖିଲେ ଡରେ

ଯିଏ ଥାଏ ଆଲୁଅରେ। 

ଅଁଳା ନବମୀ ରାତି

ବିତେ ସାରା ଛନକାରେ॥


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance