ସେଇ ଝିଅଟିର...
ସେଇ ଝିଅଟିର...
ଭିଡ଼ ଭିତରେ ଜଣେ
ସେଦିନ ହେଇଥିଲେ ଦେଖା
ଶୀତର ସହରେ ଶୀତଳ କୋଳରେ
ସାରା ଦେହ ହେଇଥିଲା ଓଦା ।
ମଥାରେ କଳା ବିନ୍ଦି
ଓଠଯେ ଗୋଲାପ ଫୁଲ
ମାନୁଥାଏ ଭାରି,
ରାଜଂହସି ପରି ଚାଲି ସାଥିରେ
ମନ କିଣୁଥାଏ କୁଞ୍ଚପକା
ସମ୍ବଲପୁରୀ ଶାଢ଼ୀ ।
କଥା ସାଥେ ମିଠା ହସ
ମୃଗୁଣୀ ଆଖିର ନିଶା
ହଠାତ୍ ଆସି ଛାତିରେ ମୋ
ଭରିଦେଲେ ଆଶା ।
ହାଏ...! ନରମ ଛୁଆଁ
କରିନେଲା ମନକୁ କିମିଆଁ
ଅନୁଭବୀ ଭାବିପାରେ
ଅଳସୀ କନ୍ୟାର ସେ ଅସଜଡ଼ା ଛାୟା
ଜାବୁଡି ଧରି ସତେ ମେଲେଇ ପ୍ରେମର କାୟା ।।
